STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ପୀୟୂଷ ନିର୍ଝର

ପୀୟୂଷ ନିର୍ଝର

1 min
158

ଚଲା ତଟିନୀର ସୁଶୀତଳ ଧାରା

ଯେବେ ବହେ ଛୁଇଁଯାଇ ଧରା

ତୃଷ୍ଣା ମେଣ୍ଟେ ତାର ସୁଧା ଧାରେ

ଜୀବ ମାତ୍ରକେ ତା ବିନା ଝୁରେ

ଯେବେ ବରଷାର ଶୀତ ଛିଟା

ଛୁଏଁ ମାଟିର ଶୁଖିଲା ପଠା

ରୋମାଞ୍ଚିତ ହୁଏ ସାରା ବିଶ୍ୱ

କିଶଳୟ ଗାଏ ନବ ରାସ

ଏଠି ପୀୟୂଷ ନିର୍ଝରେ ଭିଜୁଥାଏ ସଦା

ଜୀବନର ହାସ ପରିହାସ। 


ଶିଶୁର ଓଠରେ ଦରହାସ

ପ୍ରେୟସୀ ଅଧରେ ମଧୁଭାଷ,

ନବବଧୁ ମୁଖେ ଲଜ୍ୟାରୁଣ

ମମତା ବୋଳା ସେ ମାତୃପ୍ରାଣ

ମୋହଭରା ଯେତେ ଆତ୍ମୀୟତା

ବନ୍ଧନ ହେଲେ ବି ସ୍ବାଧୀନତା

ଏମିତି ଜୀବନ ମଧୁଝରା

ଦୁଃଖେ ଭରିଦିଏ ସୁଖ ପସରା

ଏହି ପୀୟୂଷ ନିର୍ଝରେ ସମ୍ମୋହିତ ସର୍ବେ

ମୋହିନୀ ମନ୍ତ୍ରରେ ଜଗସାରା। 


କୁସୁମ ସୁବାସ ଝରିଯାଏ

ମଳୟ ପରଶେ ବହିଯାଏ

ଆମ୍ବ ବଉଳର ମଧୁଗନ୍ଧ

ଭରେ ଚଇତରେ ପ୍ରୀତିଛନ୍ଦ

କୋକିଳର ସେଇ ଚିହ୍ନା ସ୍ୱର

ଝରଣାର କୁଳୁ କୁଳୁ ଝର

ରାତିର ଝିଙ୍କାରୀ ଶବଦରେ

ତୃପ୍ତ ହୁଏ ତାହା ଶ୍ରବଣରେ

ଏହି ପୀୟୂଷ ନିର୍ଝର ଶବ୍ଦ ସୁବାସରେ

ଚିତ୍ତ ହୁଏ ସ୍ଥିର ସହଜରେ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract