🍁🍁ଆନନ୍ଦ ଆସିବ ଗୃହେ🍁🍁
🍁🍁ଆନନ୍ଦ ଆସିବ ଗୃହେ🍁🍁
ଆନନ୍ଦ କ୍ଷଣ ଗୁଞ୍ଜି ଉଠେ ଟି
ସନ୍ତାନ ର ସଞ୍ଚାର ବହୁ ଗର୍ଭେ ଟି।
ଖୁସି ଓ ଉଲ୍ଲାସେରେ ଗୃହ ପୁରିଲା
ମନ ପିତୃମାତୃଙ୍ଗ ନାଚି ଉଠିଲା।
ବହୁ କୁହେଟି ତା ସ୍ବାମୀ ଆଗରେ
ଦିଏ ସେ ଖବର କର୍ଣ୍ଣରେ ଧିରେ।
ପୁଅଟି ହେବ କହୁଛି ମୁହିଁ
କୁହେ ଝିଅ ସ୍ବାମୀ ହିଁ ତହିଁ।
ମାତା ଗର୍ଭେ ଶିଶୁ ପଢୁଥାଏ
ଗର୍ଭ ଯନ୍ତ୍ରଣାଟି ମାତା ସହୁ ଥାଏ।
ନେଉ ଥାଏ ଯତ୍ନଟି ସ୍ବାମୀ ତାହାର
ପୁରା କରେଟି ସବୁ ପତ୍ନୀର।
କଥା ଭଲମନ୍ଦ ଶାଶୁ ରଖନ୍ତି
ନିତି ଚିକିତ୍ସା ଟି ତାର କରାନ୍ତି।
ଦିଏ ଡ଼ାକ୍ତର ଔଷଧ ତାର
ଆନନ୍ଦ ଟି ଗୃହେ ଅପାର।
ଦେଖୁ ଦେଖୁ ସେ ସପ୍ତମ ମାସ
ସଦ ଖୁଆର ଆସିଲା ମାସ।
ବଭୁର ବାପ ଘରୁ ଆସିବେ
ବିଭିନ୍ନ ରେ ନୈବେଦ୍ୟ ଖୁଆଇ ଦେବେ।
ଭୋଜିଭାତ ସେ ଦେବେ ଗାଁ ବାଲାଙ୍କୁ
ଆଶିର୍ବାଦ ଦେବେ ପୁଅ ବହୁଙ୍କୁ।
ମଙ୍ଗଳ ହେବ ପୁଅ ବହୁର
ହେବ ପୁଅ ଜନ୍ମ ବହୁର।
ସଦଖୁଆ ପୁଣି ଟି ଦଶମ ମାସେ
ଶାଶୁ ଦେବ ତାହା ଟି ମଙ୍ଗଳ ଆସେ।
ପୂଜା ଜଗନ୍ନାଥେ ଭକ୍ତିରେ କରିବ
ବହୁ ମଙ୍ଗଳ ପଦେ ରଖିବ।
ବହୁର ସୁରକ୍ଷା କର କାଳିଆ
ସନ୍ତାନେ ଆଶିଷ ଦିଅ କାଳିଆ।
ଝିଅ ବା ପୁଅ ଦିଅ ତାହାରେ
ପୂର୍ଣ୍ଣ ମନବାଞ୍ଛା ଗୃହରେ।
