STORYMIRROR

Sambit Srikumar

Abstract Inspirational

3  

Sambit Srikumar

Abstract Inspirational

ଆହ୍ବାନ ଆଜିର

ଆହ୍ବାନ ଆଜିର

1 min
183

ଆଉ କେତେ ଦିନ ଏମିତି ଆମେ ଆଙ୍କୁଥିବା?

ଖିଆଲି ବିଳାସୀ ଚିତ୍ର କାନଭାସ୍ ଛାତିରେ

ଗଢୁଥିବା କଳ୍ପନାର ନଭଶ୍ଚୁମ୍ବୀ ଇମରାତ

ପ୍ରେୟସୀର ରୂପକାନ୍ତିର ମୁଖର ବର୍ଣ୍ଣନାରେ!!

ଆଉ କେତେ ଦିନ ଏମିତି ଜୀଉଁଥିବା କଳ୍ପନାରେ?

ରଚୁଥିବା ଅନୁଭବ ରହିତ କାବ୍ୟ କବିତା ଯହିଁରେ

ପ୍ରେମ ପ୍ରଣୟ ପରିଣୟ ପ୍ରତାରଣାର ବ୍ଯାଖ୍ଯାନ

ଶ୍ରାବଣ ଫଗୁଣ ଅଶିଣ ନିଦାଘ ଚର୍ବିତ ଚର୍ବଣ!!

ଦେଖ ଥରେ ପାଣ୍ଡୁର ଜୀବନର ବିକଟାଳ କଳ୍ପ

କି ନାରଖାର ହୁଏ ଏଠି ନିଷ୍ପାପ ମାଟିର ମଣିଷ

କ୍ଷଣିକ ଉନ୍ମାଦନାରେ ଧରା ପାଲୋଟୁଛି ଧ୍ବଂସସ୍ତୁପ

ବିପନ୍ନ ମଣିଷପଣିଆ ଲୁପ୍ତ ମାନବୀୟ ମୁଲ୍ୟବୋଧ!!

ଦରଦୀ କାନ ଡେରି ଶୁଣିବାକୁ ବାରେ ଚେଷ୍ଟାକର

କଙ୍କାଳସାର ବୁଭୁକ୍ଷୁ ଜନତାର ବିକଳ ଆର୍ତ୍ତ ଚିତ୍କାର

ଲେଖନୀ ମୁନରୁ ଝଙ୍କୃତ ହେଉ ପରିବର୍ତ୍ତନର ସ୍ବର

ଶାନ୍ତି ପ୍ରୀତି ମୈତ୍ରୀରେ ହସିଉଠୁ ସମଗ୍ର ସଂସାର !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract