STORYMIRROR

Bijay Prusty

Abstract

3.4  

Bijay Prusty

Abstract

ତୁମେ ଭାବଗ୍ରାହୀ

ତୁମେ ଭାବଗ୍ରାହୀ

1 min
187



ଭାବରେ ଭାବରେ ବାନ୍ଧିଛି ମୁଁ ଭାବ

ତୁମକୁ ପୁଜୁଛି ନିତି

ତୁମେ ଚିରନ୍ତନ ଆହେ ଭଗବାନ

ବିଶ୍ୱ ବ୍ରହ୍ମାଣ୍ଡର ପତି I


ତୁମପାଦେ ଦେବି ନାନାଜାତି ଫୁଲ

ଗଛରୁ ଆଣିଛି ତୋଳି

ଚନ୍ଦନ କର୍ପୂର ସଜାଡି ରଖିଛି

 ଶ୍ରୀଅଙ୍ଗରେ ଦେବି ବୋଳି I


ତୁମପାଇଁ ମୋର ମନତଳେ ପ୍ରଭୂ

ହୃଦଭରା ଅନୁରାଗ

ଧୂପ ଦୀପ ଦେଇ ପୂଜେ ଶ୍ରୀପୟର

ଅରପୁଛି ପ୍ରୀତି ଭୋଗ I


ତୁମେ ଦୟାକଲେ ପଙ୍ଗୁ ଲଙ୍ଘେ ଗିରି

ମୁକ ହୁଅଇ ବାଚାଳ

ତୁମେ ଅନାଥର ନାଥ ଆହେ ପ୍ରଭୂ

ମନ ଜାଣି ଦିଅ ଫଳ I


ପ୍ରତ୍ୟେକ ଅନ୍ତରେ କରୁଣା ଭରିଛ

ତୁମେ ଏକା ଭାବଗ୍ରାହୀ

ଜୀବନର ପଥ ଶେଷ ହେଉ ପ୍ରଭୂ

ତୁମ ନାମ ଗାଇ ଗାଇ ।


Rate this content
Log in