STORYMIRROR

Satyabati Swain

Tragedy

3  

Satyabati Swain

Tragedy

ତୁମେ ଅଛ ଥିବ

ତୁମେ ଅଛ ଥିବ

1 min
296


ତୁମେ ତ ଛାଇଛ ମୋତେ

ମୋ ଭିତରେ

ବାହାରେ

ମୋ ଖରାର କୃଷ୍ଣଚୂଡ଼ାରେ

ମୋ ଶୀତ ସକାଳ କୁହୁଡି ରାସ୍ତାରେ

ବସନ୍ତ ର କୋଇଲି କୁହୁରେ

ତୁମେ ମୋ ଗନ୍ତବ୍ୟ

ଇପ୍ସିତ

ଚିର ଉଜ୍ଜୀବିତ

ଧାପେ ଆଲୋକ

ତୁମେ ପା ମୋ କଥାକୁହା ବଂଶୀ !


ତେଲ ଲୁଣ ସଂସାର

ଲହୁ ଲୁହାଣ

ତୁଚ୍ଛ ମଣିଷଟିଏ

ଜୀବନ ଛାଇ ଆଲୁଅ ଖେଳେ

ସଂଘର୍ଷ ରତ

ଖେଳାଳି

ମୋ ଭିତରେ କିନ୍ତୁ

ସରଳ ମନର ମସୃଣ ଚଟାଣ ଟିଏ

ଯଥେଷ୍ଟ ଜାଗା ସେଠି

ନିଃସର୍ତ୍ତ ଭଲ ପାଇବା

ମଣିଷଙ୍କ ପାଇଁ

ତୁମେ ଅଛ ସେଠି

ଥିବ ବି

ଛ ଖଣ୍ଡ ବାଉଁଶରେ

ସବାରୀରେ ମଶାଣୀକୁ

ଯିବା ପର୍ଯ୍ୟନ୍ତ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy