STORYMIRROR

ତାରାପ୍ରସାଦ ଜେନା

Abstract

2  

ତାରାପ୍ରସାଦ ଜେନା

Abstract

ତୁମେ ଆଉ ଆମେ

ତୁମେ ଆଉ ଆମେ

1 min
362

ଗୋଦର ଗୋଡ଼ଟା ପଦ୍ମପାଦ ତୁମ

ଧରିଛୁ କୁଣ୍ଢାଇ ମୋଟ,

ତୁମ ସିଂଘାଣିକୁ ମୁଣ୍ଡରେ ବୋଳୁଛୁ

ମନକୁ କରିନୁ ଛୋଟ


ତୁମରି ମଳକୁ ବାଟରେ ଲେସିଛୁ

ପବିତ୍ର ଭାବକୁ ଧରି,

ତୁମରି ଅଇଁଠା ପ୍ରସାଦ ପାଇଛୁ

ଜୀବନ ଧନ୍ୟକୁ କରି


ତୁମରି କାଛାକୁ ମୁଣ୍ଡରେ ଭିଡ଼ିଛୁ

ଉଡ଼ାଇ ଯଶର ବାନା,

ତୁମରି ବାଣୀକୁ ଛୁଟାଇ ଦେଇଛୁ

ଘାଗଡ଼ା ଗଳାର ଗାନା


ତୁମରି ହାତରେ ଗିଲାସ ଧରାଇ

ଢାଳିଚୁ ଅମୃତ ରସ,

ତୁମରି ଖୁସିରେ ଆମରି ଖୁସିଟା

ଓଠରେ ମଧୁର ହସ


ନିବୁଜ କୋଠରୀ ତୁମରି ପ୍ରେମକୁ

ପ୍ରହରୀ ସାଜିଛୁ ରହି,

ତୁମରି କୁକର୍ମ ଆମକୁ ସୁକର୍ମ

ଭାବିଛୁ ତୁମକୁ ବିହି


ତୁମଠୁ ଓଟାରି ଆମକୁ ଫିଙ୍ଗିବ

ଜମାରୁ ହେବନି ସତ,

ତୁମକୁ ମୁଣ୍ଡିଆ ସାହିତ୍ୟ ଚାଷକୁ

ଉଠିଆ ପକାଅ କ୍ଷେତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract