STORYMIRROR

Prahallad Sahoo

Abstract Classics Inspirational

4  

Prahallad Sahoo

Abstract Classics Inspirational

ତୁମ୍ଭେ ମୋ ଗୁରୁ

ତୁମ୍ଭେ ମୋ ଗୁରୁ

1 min
207

ମାଆ ମୋର ଗୁରୁ ଜନ୍ମଦାତା ଅଟେ  

ମାତୃ ଭାଷା ଶିଖି  ଦୁନିଆକୁ ବୁଝେ ।।


ବାପା ମୋର ଗୁରୁ ପଥଦ୍ରଷ୍ଟା ସେଯେ 

କର୍ମ ପଥେ ରହି  ଜଗତକୁ ଦେଖେ ।।


ଦିତୀୟରେ ଶିକ୍ଷା ଗୁରୁ ଜ୍ଞାନ ଦାତା 

ସେ ଗୁରୁ କୃପାରେ ମୁଁ ବିଶ୍ବ ବିଜେତା ।।


ତୁମ୍ଭେ ପରମେଶ୍ବର ତୁମ୍ଭେ ଆରାଧ୍ଯ 

ତୁମ୍ଭେ ବୈଭବ ତୁମ୍ଭେ ସଚ୍ଚିଦାନନ୍ଦ ।।


ତୁମ୍ଭେ ପରା ମୋର ଗୁରୁ ତୁମ୍ଭେ ବ୍ରହ୍ମା

ତୁମ୍ଭେ ମହେଶ୍ବର ତୁମ୍ଭେ  ପରମାତ୍ମା ।।


ତୁମ୍ଭେ ଅଟ  ମୋର ବିଷ୍ଣୁ ତୁମ୍ଭେ ଶିବା

ତୁମ୍ଭେ ଆଦି ଅନ୍ତ ତୁମ୍ଭେ ମୋର ବାବା ।।


ତୁମ୍ଭେ ମୋର ଧର୍ମ ତୁମ୍ଭେ ମୋର କର୍ମ 

ତୁମ୍ଭେ ମୋର ଅର୍ଘ୍ଯ ତୁମ୍ଭେ ମୋର ସ୍ବର୍ଗ ।।


ତୁମ୍ଭେ ମୋର ଧନ ତୁମ୍ଭେ ମୋର ମାନ 

ତୁମ୍ଭେ ମୋର ରାତି ତୁମ୍ଭେ ମୋର ଦିନ ।।


ତୁମ୍ଭେ ମୋର ଈଶ ତୁମ୍ଭେ ମୋର ତୋଷ 

ତୁମ୍ଭେ ମୋର ତପ ତୁମ୍ଭେ ମୋର କୋପ ।।


ତୁମ୍ଭେ ମୋର ସୃଷ୍ଟି ତୁମ୍ଭେ ମୋର ସ୍ଥିତି

ତୁମ୍ଭେ ମୋର ଭୀତି ତୁମ୍ଭେ ମୋର ମୁକ୍ତି ।।



Rate this content
Log in

Similar oriya poem from Abstract