ତୁମ ପାଇଁ ସାଥି
ତୁମ ପାଇଁ ସାଥି
ଆଷାଢ଼ର ଏକ ଅଦିନିଆ ବର୍ଷା
ଆସି ବହି ଚାଲିଯିବ
ଗୋଟେ ଗଛ ମୂଳେ ଗୋଟେ ଛତା ତଳେ
ମୁଁ ଥିବି ଆଉ ତୁମେ ଥିବ.
ସେମିତି ହିଁ ମୁଁ ଯେ ଚାହିଁ ରହିଥିବି
ତୁମ ଚାନ୍ଦପରି ମୁହଁକୁ
ତୁମ ଗୋରା ମୁହଁ ଆଙ୍କି ଦେଉଥିବ
ଇନ୍ଦ୍ରଧନୁ ରୂପ ରେଖକୁ.
ମୋ ରୁଚି ରଙ୍ଗର ପୋଷାକ
ତୁମେ ଦେହରେ ଯେ ପିନ୍ଧିଥିବ
ସୁଲୁସୁଲୁ ବାଆ ତୁମ ଦେହ ଛୁଇଁ
ଉଡି ଉଡି କାହିଁ ଚାଲିଯିବ.
ସେଇ ସୁଲୁସୁଲୁ ବାଆରେ ଉଡି ଯାଉଥିବ
ତୁମ ମଥାର ମୁକୁଳା କେଶ
ତୁମ ଓଠରୁ ଯେ ଝଡି ପଡୁଥିବ
ଗୋଲାପ କଢ଼ିର ହସ.
ତୁମ ନୀଳ ଆଖି, ତୁମ ଚାଲି ହଂସୀ
ଦେଖି ମନ ମୋର ଯାଏ କାହିଁ ଲାଖି.
ଅଭୁଲା ଏ କଥା
ତୁମ ପାଇଁ ସାଥି.

