STORYMIRROR

Mahendra Kumar Swain

Romance

3  

Mahendra Kumar Swain

Romance

ତୁମ ନୀରବତା

ତୁମ ନୀରବତା

1 min
347

ନୀରବତା ତୁମ ବେଶି କଷ୍ଟ ଦିଏ

ହୃଦୟ ପାରେନା ସହି

ତୁମେ ହସି କରି ଚାହିଁଦେଲେ ଥରେ

ଯାଏ ପ୍ରେମ ନଈ ବହି 


ନୀରବତା ଯେବେ ଦେଖେ ତୁମ ମୁହେଁ

ପ୍ରଶ୍ନର ପାହାଡ଼ ଆସେ

କେତେ ଯେ ଭାବନା କେତେ ପୁଣି ଚିନ୍ତା

ମନ ଭିତରେ ମୋ ଭାସେ 


ଭାବୁଥାଏ ମନ କାହିଁ ତୁମ ଓଠ

ନିରବ ଆଜି ହୋଇଛି

କେଉଁ କଥା ମୋର ହୃଦୟକୁ ତୁମ

ଏତେ କଷ୍ଟ ଦେଇଅଛି 


ସବୁ ସହିପାରେ ସହି ପାରେ ନାହିଁ

ତୁମର ଏ ନୀରବତା

ତୁମ ହସ ଟିକେ ନ ଦେଖିଲେ ମନ

ହୃଦୟକୁ ହୁଏ ଚିନ୍ତା 


କେଉଁ କଥା ମୋର ପ୍ରିୟାକୁ ମୋହର

ନିରବ ତ କରିଅଛି

କଥାକୁହା ମୋର ଅଳସୀ ପ୍ରିୟାକୁ

ଦୁଃଖରେ ଭରି ଦେଇଛି


ଟାଣିଦିଏ ମନେ ଆଶଙ୍କାର ଡୋର

ଦେଖି ପ୍ରିୟା ନୀରବତା

ହସେଇବା ପାଇଁ ପ୍ରିୟାକୁ ମୋହର

କରୁଥାଏ କେତେ ଚିନ୍ତା 


ସଜ ଫୁଟା ମୋର ଗୋଲାପର ଫୁଲ

କାହିଁ ମୁହଁ ଫୁଲାଇଛି

ନିରବ ଯେ ହୋଇ ମନକୁ ମୋହର

କଷ୍ଟ ଏତେ ଦେଉଅଛି 


ଚାନ୍ଦ ମୁହେଁ ଆଜି ମେଘ ଆସି କରି

ଲୁଚେଇ ଯେ ଦେଇଅଛି

ତାର ହସ ଭରା ଜୋଛନାକୁ ଆଜି

ଲୁଚେଇ କାହିଁ ରଖିଛି 


ଯେତେ ଡାକିଲେ ବି ଶୁଣୁନାହିଁ ପ୍ରିୟା

ମନ ମାରି ବସିଅଛି

ଅଭିମାନି ମୋର କେଉଁ କଥା ପାଇଁ

ଅଭିମାନ କରିଅଛି 


ସତେ ପ୍ରିୟା ତୁମ ସେ ଲାଜୁଆ ହସ

କେତେ ଖୁସି ମତେଦିଏ

ନୀରବତା ଯେବେ ତୁମକୁ ଯେ ଛୁଏଁ 

ମନ ମୋର କାନ୍ଦୁଥାଏ 


ହସିଦିଅ ମୋର ଲାଜୁକୁଳୀ ଲତା

ନୀରବତା ଭାଙ୍ଗିଦିଅ

ନୀରବତା ଭାଙ୍ଗି ହୃଦୟରେ ତୁମ

ପ୍ରେମ ହସ ଭରିଦିଅ 



Rate this content
Log in

Similar oriya poem from Romance