ତୁମ ନୀରବତା
ତୁମ ନୀରବତା
ତୁମ ନୀରବତା ନିରବ ନୟନେ
ବାଢୁଛି ଅନେକ ବ୍ୟଥା
ବହୁତ ଦିନର ଦୁଃଖ ସନ୍ତାପର
ଅପ୍ରକାଶ୍ୟ ଅନୁଚିନ୍ତା |
ମନ ଆଇନା ରେ ପ୍ରତିବିମ୍ବ ତୁମ
ଚପଳା ପରାଏ ଦିଶେ
ହୃଦୟ ତନ୍ତ୍ରୀ ରେ କୋହଭରା ସ୍ମୃତି
ଅଜଣା ସୁଗନ୍ଧେ ବାସେ |
ଅଜସ୍ର ଆନନ୍ଦ ଅପରକୁ ଦେଇ
ନିଜେ ସାଉଁଟିଛ ଦୁଃଖ
କା'ଆଗେ କହିବ ଘୃଣ୍ୟ ଅତୀତ କୁ
କିଏ ଆଣି ଦେବ ସୁଖ |
ସ୍ୱଳ୍ପ କ୍ଷଣ ପାଇଁ ଗଛରେ ଫୁଟିକି
ଶେଫାଳି ଦେଇଛି ବାସ
ଧରଣୀ ବକ୍ଷରେ ଫୁଲର ଶେଜ ରେ
ପରଷି ଦେଇଛି ହସ |
ନୀରବତା ଅଟେ ଶ୍ରେଷ୍ଠ ମହାମନ୍ତ୍ର
ଈଶ୍ୱର ଙ୍କ ପାଦତଳେ
ସହିବା ଲୋକ ଟି ଲଭେ ଆଶୀର୍ବାଦ
ଅଶେଷ ଧୈର୍ଯ୍ୟର ବଳେ |
ସବୁ ଦୁଃଖ ସୁଖ ଜଣେହିଁ ଦେଖନ୍ତି
ସିଏତ ଉପରଵାଲା
ଯେତେ ଭଲ ମନ୍ଦ ସବୁ ତାଙ୍କ ଦାନ
ଯାହା ତାଙ୍କ ଇଛା ହେଲା |
ଛାଡ଼ି ଗର୍ବ ଦମ୍ଭ ମାନ ଅହଂକାର
ସମର୍ପଣ ଭାବ ନେଇ
ସେହି ସ୍ରଷ୍ଟାଙ୍କର ଚରଣ ଆଶ୍ରିତ
ହେବା ଶ୍ରଦ୍ଧା ଭାବ ଦେଇ |
ଭାଙ୍ଗି ନୀରବତା କାହାଠାରେ କେବେ
କରିଲେବି ପ୍ରତିବାଦ
ଫେରି ସେ ଆସଇ ଶତ୍ରୁଟିଏ ହୋଇ
ଦେବା ପାଇଁ ଅପବାଦ |
ସହନଶୀଳତା ତୁମ ନୀରବତା
ଦେଇଛି ସମ୍ମାନ ଆଣି
ମନ ମନ୍ଦିରରେ ଜଳି ଜଳି ତୁମେ
ଆନକୁ ପାରିଛ ଜିଣି |
ସେହି ମହାମନ୍ତ୍ର ଅମୋଘ ଅସ୍ତ୍ରକୁ
ସରାଗେ ସାଇତି ରଖି
ବିଦାୟ ଘେନିବ ମର ସଂସାର ରୁ
ଦୁର୍ମୁଲ୍ୟ କାହାଣୀ ଲେଖି ।