STORYMIRROR

sudarsan mahapatra

Classics

4  

sudarsan mahapatra

Classics

ତୁମ ମନଜିଣା ହସ

ତୁମ ମନଜିଣା ହସ

1 min
217


ସବୁ ଯନ୍ତ୍ରଣାରେ ଗୋଟିଏ ଉତ୍ତର ତୁମ ମନଜିଣା ହସ

ଅନ୍ତହୀନ ସେଇ ଦିଦୃକ୍ଷାରେ ସ୍ଥିତ ଅସୁମାରୀ ଅବସୋସ,

ତୁମେ ହିଁ ଆରମ୍ଭ ପ୍ରାନ୍ତ ବିନ୍ଦୁ ପୁଣି ଜୀବନର ଉପଲକ୍ଷ

ଚାତକ ପରାଏ ପ୍ରତୀକ୍ଷିତ ସଦା ଲଭିବାକୁ ତୁମ ସଖ୍ୟ ।।


ହୃଦୟ କନ୍ଦରେ ଚିନ୍ତା ଚେତନାରେ ତୁମେ ପ୍ରଜ୍ଞାମୟ ଦୀପ୍ତି

ମୁଗ୍ଧ ଅନୁଭବ ଖେଳେ ବୁକୁତଳେ ମନରେ ଜାଗଇ ଶାନ୍ତି ,

ତୁମରି କରୁଣା ମ‌ହକ ଦୟଣା ଆହେ ନିର୍ବିକଳ୍ପ ରୂପ

ଅସ୍ତବ୍ୟସ୍ତ ଏଇ ଜୀବନରେ ମୋର ସତେ ଚନ୍ଦନ ପ୍ରଲେପ ।।


ପ୍ରତି ଆକାଂକ୍ଷାର ପରିପୂର୍ଣ୍ଣତାରେ ତୁମରି ଆଶିଷ ଧାରା

ସମର୍ପିତ ଭାବ ତନ୍ମୟ ତୀର୍ଥରେ ଉଦ୍ଭାସିତ ସସାଗରା ,

ସ୍ବପ୍ନ ସଂକଳ୍ପିତ ଅମୃତ ଆସ୍ବାଦ ଅନୁଭବେ ଝଲମଲ

କପାଳ ପୃଷ୍ଠାରେ ତୁମରି ସ୍ବାକ୍ଷର ଜୀବନର ଶ୍ରେଷ୍ଠ ମୂଲ୍ୟ ।।


ତୁମେ ନିରବଧି ନବୀନ ଉନ୍ମେଷ ଜୀଇଁବାର ପରିଭାଷା

ଅନ୍ତରେ ଉଦ୍ରେକ ସ୍ନିଗଧ ଶିହରଣ ଜାଗରିତ ଜିଜୀବିଷା ।।



Rate this content
Log in

Similar oriya poem from Classics