STORYMIRROR

RAJESH MOHAPATRA

Romance Tragedy

3  

RAJESH MOHAPATRA

Romance Tragedy

ତୁମ କଥା ମନେପଡେ

ତୁମ କଥା ମନେପଡେ

1 min
7.9K


ଯାଇଥିଲ ଯେବେ ମୋ ଠାରୁ ବିଛୁଡି

କହିଥିଲ ଶୀଘ୍ର ଫେରିବ ବୋଲି

ଦିନ ପରେ ଦିନ ଗଡି ଚାଲିଥିଲା

ତୁମ ଫେରିବାର ବାସ୍ନା ବି ନଥିଲା

କେତେଦିନ ଆଉ ଚାହିଁ ରହିଥିବି

ବାର ଲୋକଙ୍କର କଥା ଶୁଣୁଥିବି

ଚାହିଁ ଚାହିଁ ଶେଷେ ରାଜି ହୋଇଗଲି

ଅଜଣା ହାଥେ ମୋ ହାଥ ଦେଇଦେଲି ।

ନୂଆ ଘର ନୂଆ ସଂସାର ମୋର

ଲାଗନ୍ତି ସମସ୍ତେ ଅତି ନିଜର

ମାତୃ ତୁଲ୍ୟ ଶାଶୁ ମିଳିଛି ମୋତେ

ଦେବତା ସମ ପତି ଯେ ମୋର

ହାତରେ ଶଙ୍ଖା ମଥାରେ ସିନ୍ଦୂର

ବେକେ ସୁଶୋଭିତ ମୋତିର ହାର

ଏତେ ସୁଖ ଶାନ୍ତି ପାଖରେ ଥାଇକି

କାହିଁ ମନ ଏଠି ଲାଗେନି ମୋର ।

ଦିନ ପରେ ଦିନ ଗଡି ଚାଲିଥିଲା

ଅଜଣା ଅଚିହ୍ନା ଆପଣାର ହେଲା

ପୁରୁଣା ଦିନର ସେ ମଧୁର ସ୍ମୃତି

ସମୟ ସ୍ରୋତରେ ଭାସି ଚାଲିଗଲା

ସବୁତ ଠିକ ସେ ଚାଲିଥିଲା

ଆନନ୍ଦେ ଜୀବନ କଟୁଥିଲା

ବୟସର ଶେଷ ସୋପାନେ କାହିଁକି

ତୁମ ସ୍ମୃତି ମନେ ଚରିଗଲା ।

ମନରେ ନାହିଁ ସେ ପୂର୍ବ ପ୍ରେମ ଭାଷା

ନାହିଁ ଅବା ତୁମ ଦର୍ଶନର ଆଶା

ଯାହାକୁ ସାଇତି ରଖିଥିଲି ପାଶେ

ଉଡିଯାଇଛି ସେ ଭାଙ୍ଗି ତାର ବସା

ସବୁଯେ ବଦଳି ଯାଇଛି

ସବୁତ ଏ ମନ ଭୁଲିଛି

ତଥାପି କାହିଁକି ତୁମ କଥା ଭାବି

ଦେହ ମୋ ଶୀତେଇ ଯାଉଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance