ମତଦାନ
ମତଦାନ
1 min
234
ଅଠର ବରଷ ହୋଇଗଲା ମୋର
ଦେବି ମୁଁ ଏଥର ମୋ ଭୋଟ
ମୋ ଭୋଟକୁ ମୁଁ ନିଜେ ବାଛିବି
କିଣି ପାରିବନି ତାକୁ ନୋଟ ll
ଦେଖିବିନି ମୁଁ କେଉଁ ଦଳର ସେ
ହେଉ ପଦ୍ମ, ଶଙ୍ଖ ଅବା ସେ ହାତ
ନେତାଙ୍କୁ ଦେଖିବି ତାଙ୍କ କାମ ପରଖିବି
ଗଢିବି ଏକ ସୁନା ଭାରତ ll
ମତଦାନରେ ମୁଁ କରିବିନି ହେଳା
ଆସୁ ଯେତେ ବାଧାବିଘ୍ନ
ହେବି ମୁଁ ଦେଶର ଯୋଗ୍ୟ ନାଗରିକ
ନିଭେଇବି ମୋର କର୍ତ୍ତବ୍ୟ ll
ରାଜେଶ ମହାପାତ୍ର
ବାଲେଶ୍ୱର
