ବାପା ବୋଉ
ବାପା ବୋଉ
ବାପାଙ୍କର ଡ଼ାକ ଶୁଭୁଛି କାନକୁ
ହେଲେ ଆଖି କାହିଁ ପାରୁନି ଦେଖି ।
ବୋଉ ହାତ ରନ୍ଧା ନାକରେ ବାଜୁଛି
ହେଲେ ହେ ପାଟିଟା ପାରୁନି ଚାଖି ।।
ଥିଲି ଯେବେ ଛୋଟ ଡରିଯାଉଥିଲି
ବାପାଙ୍କର ସେହି ନାଲି ଆଖି ଦେଖି ।
ଆଜି ସେହି ଆଖି କାହିଁ କେତେ ଦୂରେ
ଚାହିଁଲେବି ମୁଁ ଯେ ପାରୁନି ଦେଖି ।।
ନିଜ ପ୍ରିୟ ଖାଦ୍ୟ ନମିଳିଲେ ମୋତେ
କେତେ ଅଭିମାନ ଆସୁଥିଲା ମନେ ।
ହେଲେ ବୋଉ ପାଶେ ବସି ହାତେ ଖୁଆଇଲେ
ଲାଗୁଥିଲା ଅମୃତ ଯାହାବି ଖାଇଲେ ।।
ସୁଖର ସନ୍ଧାନରେ ଛାଡ଼ି ନିଜ ଘର
ଆସି ପହଂଚିଲି ଏ ମହାନଗର ।
ହେଲେ ଆଜି ମୁହିଁ ପାରୁଛି ବୁଝି
ସୁଖ ଥାଏ ଯୋଉଠି ଥାନ୍ତି ବାପାବୋଉ ମୋର ।।