STORYMIRROR

RAJESH MOHAPATRA

Inspirational

2  

RAJESH MOHAPATRA

Inspirational

ଗର୍ଭରୁ ଶୁଭେ ଚିତ୍କାର

ଗର୍ଭରୁ ଶୁଭେ ଚିତ୍କାର

1 min
202

ବାହୁନି ବାହୁନି ଶିଶୁଟି କାନ୍ଦୁଛି 

ଉଦରରେ ଥାଇ ମାକୁ ବୁଝାଉଛି       

କରନାହିଁ ମାତାଏହି ଘୃଣ୍ୟ ପାପ 

ଦୁନିଆ ଦେଖିବା ଇଚ୍ଛା ମୋର ଭି ଅଛି 


କରନାହିଁଗୋ ମାତା ଏ ମହାପାପ 

ଛୁପାଇବାକୁ ଯାଇଁ ଆଉ ଏକ ପାପ

ଲୋକଲଜ୍ୟାରୁ ସିନା ତ୍ରାହି ପାଇଯିବୁ  

ମୋ ପାଇଁ ଦିନେ କରିବୁ ପଶ୍ଚାତାପ


ଯାହା ପାଇଁ ତୁ ଏସବୁ କରୁଛୁ  

ମୋ ଅଧିକାର ମୋଠୁ ଛଡାଇ ନେଉଛୁ 

ସିଏ ଦିନେ ତୋତେ ଛାଡି ଚାଲିଯିବ 

ଦୁନିଆଟା ତୋତେ ନର୍କ ବୋଧ ହେବ 


ଶେଷଥର ପାଇଁ ଡାକେ ତୋର ଧନ 

କୋଳେଇବୁ ମୋତେ କରି ଟାଣ ମନ

ଦେଉଛି ବଚନ ଥାଇ ତୋ ଗର୍ଭରେ 

ଅଶ୍ରୁରେ ଭିଜିବନି ତୋ ନୀଳ ନୟନ 


ତୋ ପାଇଁ ଲଢ଼ିବି ଦୁନିଆ ସହିତ 

ହେଉ ସେ ବା ଶତ୍ରୁ ଅବା ସେ ମିତ 

ଯା ଆସିବା ଘେନି ଲଜ୍ୟା ଆଜି କରୁ 

ସମାଜେ ସେ ତୋତେ କରିବ ଗର୍ବିତ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational