Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

RAJESH MOHAPATRA

Tragedy

3  

RAJESH MOHAPATRA

Tragedy

ଚିଠି ଆରପାରିକୁ

ଚିଠି ଆରପାରିକୁ

1 min
119


ଲେଖୁଛି ଚିଠି ଯେ ଶୁଣ ପତିଦେବ

ଧ୍ୟାନ ଦେଇ ତାକୁ ପଢିବ ଥରେ 

ଲେଖିଛି କେମିତି କାଟୁଛି ସମୟ 

ଛାଡି ତୁମେ ଚାଲି ଯିବା ପରେ ।


କାଳର ଡାକଟା ଥିଲା କେତେ ଭୟାନକ 

ନଶୁଣିଲା କିଛି ମୋ ମିନତି ଗୁହାରି 

ପୂଜା ପାର୍ଥନା କୁ ତୁଛ କରିଦେଇ 

ଅସମୟେ ନେଲା ତୁମକୁ କୋଳେଇ ।


ସାଙ୍ଗରେ ରହିବା ସାଙ୍ଗରେ ମରିବା 

ଦୁହେଁ ଦୁହିଁଙ୍କୁ ଯେ ଦେଇଥିଲୁ କଥା 

କେମିତି ରଖିବି ମୋ କଥାକୁ ପତିଗୋ 

ମୋ ଅନ୍ତେ ପୁଅର କିଏବା ଭରସା ।


ମନେଅଛି ମୋର ବିଗତ ଦିନର

ସାକ୍ଷୀ ଥିଲା ସମୟ ଆମ ଦୁହିଁଙ୍କ ପ୍ରେମର 

ଚାହୁଁ ଚାହୁଁ ସବୁ ଜଳିପୋଡ଼ି ଗଲା 

ଆଣିଦେଲା ଜୀବନେ ଚିର ଅନ୍ଧକାର  ।


ଯେବେଠାରୁ ସେହି ମଦରେ ବୁଡିଲ

ସବୁ ସମ୍ପର୍କକୁ ଭାଙ୍ଗିରୁଜି ଦେଲ 

ଦିନେ ଯିଏ ଥିଲା ଅତି ପ୍ରିୟ ତୁମ 

କ୍ଷଣକରେ ତାଙ୍କୁ ଦୂର କରିଦେଲ ।


ଆୟ କମି ବ୍ୟୟ ବଢ଼େଇ ଚାଲିଲ

ଆର୍ଥିକ ଅବସ୍ଥାକୁ ଶୋଚନୀୟ କଲ 

କରଜ ବୋଝରେ ସଭିଙ୍କୁ ଡୁବାଇ 

ସବୁଦିନ ପାଇଁ ଆଖି ବୁଜିଦେଲ ।


ତଥାପି ମୁଁ ଭାଙ୍ଗି ପଡିବି ନାହିଁ 

ଘର ଉଜୁଡ଼ିବାକୁ କେବେ ଦେବି ମୁଁ ନାହିଁ 

ପୁଅର ଭବିଷ୍ୟତ ପାଇଁ ଦେଖିଥିଲେ ଯେତେ

ସେ ସ୍ୱପ୍ନକୁ ଭାଙ୍ଗି ଦେବି ମୁଁ ନାହିଁ ।


ଆରପୁରେ ଥାଇ ଆହେ ପତିଦେବ 

ଶୁଣିବ କରୁଛି ମିନତି ଆଜି 

ଆର ଜନ୍ମେ ଯଦି ସମ୍ଭବ ହେବଗୋ 

ପୁନଶ୍ଚ କରିବ ମୋତେ ତୁମ ପତ୍ନୀ ।


ହେଲେ କଥା ଦିଅ ଆର ଜନମରେ 

ନିଶାମୁକ୍ତ ହୋଇ ସାଙ୍ଗରେ ଜିଇଁବା 

ସାଙ୍ଗରେ ବଞ୍ଚିବା ସାଙ୍ଗରେ ମରିବା 

ଏ ଜନ୍ମ ବଚନ ଆରଜନ୍ମେ ନିଭାଇବା ।


Rate this content
Log in

Similar oriya poem from Tragedy