ଜହ୍ନ ରାଇଜେ ମୋ ପ୍ରିୟା
ଜହ୍ନ ରାଇଜେ ମୋ ପ୍ରିୟା
ମେଘ ଉହାଡରେ ଜହ୍ନ ରାଇଜରେ
ପ୍ରିୟା ମୋର ବସି ହସୁଛି
ଲାଜେଇ ଲାଜେଇ ମେଘକୁ ଆଡେଇ
ହାଥ ଠାରି ମୋତେ ଡାକୁଛି ।
ତାର ସେଇ ଡାକରେ ମୋ
ମନ ଥୟ ଧରେନା
ତାର ସେଇ ଚେହେରାରୁ
ଆଖି ଫେରି ପାରେନା ।
ତାରା ଗହଣରେ ପୂନେଇଁ ରାତିରେ
ଗଭାକୁ ସଜେଇ ବସିଛି
ଦେଖି ମୋତେ ଝାଡ଼ି ଦିଏତା କେଶକୁ
ଲାଗେ ପ୍ରେମର ମୁକୁତା ଝରୁଛି ।
ପ୍ରେମ ତାର ପାଇବାକୁ
ସାରା ସଂସାରକୁ ଭୁଲିଲି
ତା ହାତକୁ ଧରିବାକୁ
ମୁଁ ଯେ ଯାଯାବର ସାଜିଲି ।