STORYMIRROR

RAJESH MOHAPATRA

Tragedy

3  

RAJESH MOHAPATRA

Tragedy

ବାପା

ବାପା

1 min
194

ନାହାନ୍ତିତ ବାପା ଆଜି ଆମ ପାଶେ 

ହେଲେ ଲାଗେ ଅଛନ୍ତି ସେ ଆମ ଚାରିପାଖେ ll


ସିଏ ଥିଲେ ଘର ଲାଗେ ଇନ୍ଦ୍ରର ଭୁବନ 

ଖାଁ ଖାଁ ଲାଗେ ଘର ତାଙ୍କରି ବିହୀନ ll


ବାପା ଥିଲେ ଲାଗେ ନାହିଁ ବୋଝ ଜୀବନଟା 

ତାଙ୍କ ଅନ୍ତେ ପ୍ରତି କ୍ଷଣେ ଭାଙ୍ଗି ପଡ଼େ ଅଣ୍ଟା ll


ବାପା ଥିଲେ ଅନ୍ଧାରରେ ଆଲୁଅର ଉତ୍ସ 

ଧକ ଧକ ଜଳୁଥିଲେ ସତେକି ତୈଳର ପ୍ରଦୀପ ll


କାହୁଁ ଆସି ବହି ଗଲା ଅତର୍କିତ ଝଡ 

ଅସମୟେ ବୁଝିଗଲା ସେହି ତୈଳ ଦୀପ ll


ଜୀବନଟା ଡୁବିଗଲା ଘନ ଅନ୍ଧାରରେ 

ବାପା ମୋର ରହିଗଲେ ସ୍ମୃତିର ଉହାଡରେ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy