STORYMIRROR

RAJESH MOHAPATRA

Others

3  

RAJESH MOHAPATRA

Others

ସହରିଆ ପୁଅ

ସହରିଆ ପୁଅ

1 min
275

ମା'ଲୋ ମା' ତୁ କିଆଁ କାନ୍ଦୁଛୁ? 

ମନେ ମନେ କିଆଁ ତା କଥା ଭାବୁଛୁ? 

ପୁଅ ତୋର ଏବେ ସହରିଆ ବାବୁ 

ତା ଫେରସ୍ତକୁ କିଆଁ ମନେ ତୁ ଧରିଛୁ ।


ସହରର ରାସ୍ତା ସହରର କୋଠା 

ସହରିଆ ଚାଲି ତାକୁ ଯେ ଘାରିଛି                           

କେମିତି ଛାଡିକି ଆସିବ ସେ ସବୁ 

ସହର କାଇଦା ଯେ ମନେ ବସେଇଛି ।


ଝିଅ ତାର ପଢେ ଇଂରାଜୀ ସ୍କୁଲରେ 

ସ୍ତ୍ରୀ କାଟେ ସମୟ ଲେଡିସ କ୍ଲବରେ 

ଛାଡି ଏତେ ସବୁ କିଭଳି ଗାଁରେ 

ଏଡ଼ଜଷ୍ଟ କରିବେ ସପରିବାରେ ।


ମଝିରେ ପୁଅଟି ହୁଏଯେ ଅଧିର 

ଏପଟେ ମା' ଲୁହ ସେପଟେ ପରିବାର

କଣ କରିବ କାହା କଥା ବୁଝିବ 

ଭାବି ଭାବି ମନେ ହୁଏ ଥରହର ।


Rate this content
Log in