STORYMIRROR

RAJESH MOHAPATRA

Classics

3  

RAJESH MOHAPATRA

Classics

ସ୍ମୃତି ବର୍ଷାଦିନର

ସ୍ମୃତି ବର୍ଷାଦିନର

1 min
416

ବର୍ଷା ଦିନର ସେ ଅଭୁଲା ସ୍ମୃତି 

ସ୍କୁଲ ଯିବା ଛାଡି ପାଣିରେ ମସ୍ତି 

କାଗଜ ଡଙ୍ଗାକୁ ନାଳରେ ଭସେଇ 

ଘୁରି ବୁଲୁଥୁଲୁ ବସ୍ତି ରୁ ବସ୍ତି


ସାଙ୍ଗ ସାଥୀଙ୍କୁ ସାଙ୍ଗରେ ନେଇ 

ଗାଁ ଗାଡ଼ିଆରେ ଜାଲ ପକେଇ

ରୋହି ଭାକୁଡ଼ ବାଳିଆ ଧରି 

ଖାଇଲେ ଗାଁ ଭୋଜିକୁ ନେଇ


ବର୍ଷାଦିନର ସେ ଗାଁ ଦାଣ୍ଡ ମଠ 

ନାଳ ନର୍ଦମା ଓ ପୋଖରୀ ତୁଠ 

ମଶା ମାଛି ସବୁ ଏକଜୁଟ ହୋଇ 

ତିଆରି କରନ୍ତି ତାଙ୍କର ପୀଠ


ଏସବୁ ଦେଖି ହୁଏନା ରହି 

ସାଙ୍ଗସାଥୀଙ୍କୁ ସାଙ୍ଗରେ ନେଇ 

କରୁ ପରିଷ୍କାର ଗାଁ ରାସ୍ତା ସାହି 

ଜୀବନ ବିତାଉ ନିରୋଗ ହୋଇ


ଗୁରୁଜନ ସଭିଏଁ ଏମନ୍ତ ଦେଖି 

କୁହନ୍ତି ଖୁସିରେ ପାଖକୁ ଟାଣି 

ବାକୁଲିଟା ଆମ ଯଦିଓ ଚଗଲା 

ହେଲେ ସେ ସଭିଙ୍କ ମଉଡମଣୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics