STORYMIRROR

Chinmayee Sahoo

Abstract

2  

Chinmayee Sahoo

Abstract

ତୁମ କଥା ମନେ ପଡେ

ତୁମ କଥା ମନେ ପଡେ

1 min
293

ତୁମ କଥା ଭାରି ମନେ ପଡେ ମାଆ

   ବିପଦେ ପଡଇ ଯେବେ

ତୁମ ଠାରୁ ବେଶୀ ମୋ ପାଇଁ ବ୍ୟାକୁଳ

   ଆଉ ଅବା କିଏ ଭବେ


ଅସୁସ୍ଥ ହୋଇଲେ ଭୋକ ଯାଅ ଭୁଲି

  ମୋ ସେବାରେ ଲାଗି ଥାଅ

ନିଷ୍କଣ୍ଟକ ହେଉ ମୋର ସବୁ ଦିନ

  ପ୍ରାର୍ଥନା ହିଁ କରୁଥାଅ


ଝିଅ ଜନମ ଟା ପର ଘର ପାଇଁ

  ତେଣୁ ସିନା କଲ ଦୂର

ତଥାପି ମୋ କଥା ମନ ତଳ ବ୍ୟଥା

  ବୁଝୁଥାଅ ବାର ବାର


ମୁଁ ଜାଣେ ତୁମର ନୟନ ପିତୁଳା

  ତୁମ ପ୍ରାଣ ପ୍ରାୟ ମୁହିଁ

ବିବଶ ହୋଇଲ ଶାଶୁଘରେ ଦେଲ

  ମନ ତୁମ ବୁଝେ ନାହିଁ


ଅଲିଅଳି ତୁମ ସଂସାରର ଦାଉ

  କେମିତି ସହୁଛି ସତେ

ବାର ବାର ତୁମେ ପଚାରି ବୁଝି ବି

  ବିଚଳିତ କାହିଁ ଏତେ


ତମ କୋଳ ମାଆ ମନେ ପଡିଗଲେ

  ଗୁମୁରି ଗୁମୁରି କାନ୍ଦେ

 ଲୋକହସା କାଳେ ହେବି ବୋଲି ଭାବି

   ଲୁହ ପିଇ ଯାଏ ବୋଧେ


ଦେହେ ପୀଡା ଥିଲେ ତମ ସେବା ଯତ୍ନ

  ବ୍ୟାକୁଳତା ଭରା ମୁଖ

ମନେ ପଡ ମାଆ କାହିଁକି ଏଯାଏଁ

  ଝୁରି ପାଏ ମନେ ଦୁଃଖ


ଯେଝା ସୁଖେ ଦୁଃଖେ ସଂସାରରେ ବ୍ୟସ୍ତ

   ଭିନ୍ନ ହେଲା ଆମ ବାସ

ତଥାପି ତୁମକୁ ପାଖେ ପାଇବାକୁ

   ମନେ କାହିଁ ଅବଶୋଷ


ତୁମ ଋଣ ମାଆ ସୁଝି ପାରିବିନି

  ଶହେ ଜନମ ପାଇଲେ

ତୁମ ମୋହ ମନୁ ଭୁଲି ନ ପାରିବି

  ଜୀବନ ବି ଚାଲିଗଲେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract