STORYMIRROR

Prashanta Padhan

Romance

3  

Prashanta Padhan

Romance

ତୁମ ହାତଲେଖା ଚିଠି

ତୁମ ହାତଲେଖା ଚିଠି

1 min
409

ତୁମ ହାତଲେଖା ଚିଠି ପଢ଼ି ମୁଁ ଯେ

ରଖେ ଗୋ ତାକୁ ସାଇତି

ସମୟ ସ୍ରୋତରେ ସେଇ ଚିଠି ସାଜେ

ଅଭୁଲା  ପ୍ରେମର  ସ୍ମୃତି 

ଲିଭିଯାଏ  ସିନା  ଚିଠିର  ଅକ୍ଷର

ଭାଷା ଲାଗୁଥାଏ ନୂଆଁ

ଉଜ୍ଜୀବିତ କରେ ଯୌବନକୁ ମୋର

ଚିଠିରେ ଓଠର ଛୁଆଁ 

ଗୋଲାପି ଲଫାପା ତା ଭିତରେ ଚିଠି

ମହକେ ବାସ୍ନା ଅତର

ଭଲଲାଗେ ବେଶି ଲେଖିଥାଅ ଯେବେ

ଦେବାକୁ ଚିଠି ଉତ୍ତର 

ଚିଠିକୁ ମୁଁ ସାଥି ନିରୋଳାରେ ବସି

ପଢେ ଯେ ଅନେକ ଥର

ଲୁହ ଦେଇଯାଏ ଲେଖା ହୋଇଥିବା

ଶେଷରେ "ଇତି ତୁମର" 

ଚିଠିର  ଇତିରେ  ସରିଯାଏ  ସିନା

ତୁମ ସେ ପ୍ରେମର ଲେଖା

ଆଉ ଏକ  ଚିଠି  ପାଇବାକୁ  ସଖି

କରେ ମୁଁ କେତେ ଅପେକ୍ଷା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance