ତୁମ ଚିନ୍ତା
ତୁମ ଚିନ୍ତା
ମୁଁ ଈଶ୍ୱର ଦ୍ୱାରା ପ୍ରାପ୍ତ
ମନୁଷ୍ୟ କର୍ମ ଦ୍ୱାରା
ପ୍ରାପ୍ତି ଜନିତ
ସବୁ ସ୍ଥାନରେ ମୁଁ
ସବୁ ସ୍ତରରେ ମୁଁ
ମୋର ବିଶାଳ ଅସ୍ତିତ୍ବ
ବିନା ଡାକରା
ମୋର ଆଗମନ
ମନୁଷ୍ୟ ଭୁଲିଯାଏ
ତାର କର୍ମ
ପେଟ ଖଣ୍ଡକ
ଜୀବନ ସ୍ରୋତକୁ ନେଇ
ମୋର ସଂଜ୍ଞା
ସଭିଏଁ ନଚାହିଁ
ଆଦରନ୍ତି ମୋତେ
ଭାବି କେତେ ଦିନର ଏ କୁଣିଆ
ଛୋଟ ଠୁ ବଡ଼
ସଭିଏଁ ମୋତେ ଡରନ୍ତି
ଦୂର ଦୂର କହି
ଯେତେ ସମ୍ଭବ ଘଉଡ଼ାନ୍ତି
ମୋରି ରହଣି ବେଳାରେ
ପରସ୍ପର ସମ୍ପର୍କକୁ ଚି଼ହ୍ନନ୍ତି
ଯିଏ ସାଥିରେ ରହିଲା ନିଜର
ନ ହୋଇଲେ ଜାଣନ୍ତି ପର
ପରିସ୍ଥିତି ନେଇ
ମୁଁ ମୋ ଜାଲ ବିଛାଏ
ଦୁଃଖର ବାହାନାରେ
ଦିଏ ମୌକା ଦେଖି ବିଧାଏ
ବଡ଼ରୁ ବଡ଼ ସୁସ୍ଥ ବ୍ୟକ୍ତିତ୍ୱକୁ
ମୁଁ ଅସୁସ୍ଥ କରାଏ
ସମୟ ନ ହେଉଣୁ
ମୃତ୍ୟୁ ପାଖକୁ ପଠାଏ
ମୋତେ ଯେ ଆପଣେଇଲା
ଜାଣିବ ତାର ଅସ୍ତିତ୍ବ ଧ୍ବଂସ ହୋଇଲା
ବିଭିନ୍ନ ରୂପ ନେଇ
ମୁଁ ମନରେ ବସା ବାନ୍ଧେ
ତିଳ ତିଳ କଷ୍ଟ ଦେଇ
ମୁଁ ଜୀବନର ସୁଖ ଶାନ୍ତିକୁ ଗ୍ରାସେ
ମୁଁ ଜୀବନ କାଳରେ ବଡ଼ ବନ୍ଧୁ
ଆସିଲେ ଦୁରେଇ ଯାଆନ୍ତି
ନ ଆସିଲେ ଖୋଜି ବୁଲନ୍ତି
ଶୁଣହେ ସୁଧୀଜନେ
ଜୀବନ ଗାଡି ନିତି ନିୟମେ
ଅହିଂସା, ସତ ପଥେ
ସ୍ନେହ, ଶ୍ରଦ୍ଧା, ମମତା,
ଆଦର ନେଇ
ଯେ ଗତି କରଇ
ମୋ ଠାରୁ ସେ ଦୁରେଇ ରୁହେ
ଭକ୍ତିର ମାର୍ଗ ଆପଣେଇ ନିଅ
ଭକ୍ତିର ମାର୍ଗେ ଚାଲଇ
ସେ ପ୍ରଭୁକୁ ନେଇ ମୋତେ ଭୁଲିଯାଅ
ତୁମ ପ୍ରାର୍ଥନାରେ ସେ ଖୁସି
ତୁମ ଚିନ୍ତାକୁ ନେଇ ସେ ହେବ ଚିନ୍ତିତ
ତା ପାଇଁ ମୋ ଅସ୍ତିତ୍ବ କିଂଚିତ ।।