ତୁମ ବିନା
ତୁମ ବିନା
ତୁମ ବିନା,
ମୋର ସବୁ ସ୍ବପ୍ନ
ରଙ୍ଗହୀନ ଇନ୍ଦ୍ରଧନୁ ପରି,
ଖରାହୀନ ଦିନ ପରି,
ତାରା ଶୂନ୍ୟ ରାତି ପରି
ତୁମ ବିନା,
ଏ ଜୀବନ ସ୍ରୋତ
ତରଙ୍ଗ ହୀନ ସମୁଦ୍ର ପରି
ଜୁଆର ହୀନ ନଈ ପରି
ବାଲିଶୂନ୍ୟ ବେଳାଭୂମି ପରି
ତୁମ ବିନା,.
ମୋର ଅସ୍ତିତ୍ବ
ଫୁଲ ହୀନ ଫଗୁଣ ପରି
ତୁଷାର ହୀନ ଶୀତ ପରି
ପତ୍ରଶୂନ୍ୟ ବୃକ୍ଷ ପରି ।

