STORYMIRROR

Tapaswini DashSarangi

Abstract Tragedy Inspirational

4  

Tapaswini DashSarangi

Abstract Tragedy Inspirational

ତୁମ ବିନା ନାହିଁ ମୋର ପରିକଳ୍ପନା

ତୁମ ବିନା ନାହିଁ ମୋର ପରିକଳ୍ପନା

1 min
235

ବାଟବଣା ପଥ'ର ପଥ ପ୍ରଦର୍ଶକ ତୁମେ

ଚେତନାକୁ ଚେତେଇ

ଆଧ୍ୟାତ୍ମିକ ଭାବକୁ ମୋର ଜାଗ୍ରତ 

କରିଥିବା ମହାପୁରୁଷ ତୁମେ।

ସର୍ତ୍ତ ହୀନ ସ୍ଵାର୍ଥ ଶୂନ୍ୟ ଅନାବିଳ

ସ୍ନେହ ଭରା ମହାକୁମ୍ଭ ତୁମେ।

ସୁପ୍ତ ମୋ ଜୀବନକୁ ସଂସ୍କାରର

ପବିତ୍ର ଜଳ ସିଞ୍ଚିତ କରିଥିବା

ଜାଗ୍ରତ ପ୍ରହରୀ ତୁମେ।

ରାଜ୍ୟ ଜୟ କରି ନାହଁ ସତ

କି ରାଜନ୍ ସିନା ନୁହଁ 

ମୋ ଅନୁଭବରେ ମୁଁ

ଗେହ୍ଲା ରାଜଜେମା ଆଉ

ଲକ୍ଷେ ରାଜାର ମଉଡମଣୀ ତୁମେ।

ଗୋଲାପ କଣ୍ଟାକୁ ନିଜେ ସହି

ମୋ ରାସ୍ତାକୁ କୁସୁମିତ କରିଛ ତୁମେ।

 ହେଜି କରି ବି ହେଜି ପାରିନି ତୁମର ତ୍ୟାଗକୁ

ଭେଦି କରି ବି ଭେଦି ପାରିନି ତୁମର ହୃଦୟକୁ।

ବ୍ୟକ୍ତ କରି ବି ଅବ୍ୟକ୍ତ ମୋର ଭାବନା

ମୂଲ୍ୟହୀନ ଦିଶାଶୂନ୍ୟ ମୁଁ ତୁମ ବିନା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract