STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ତୁଳସୀ ପୂଜନ ଦିବସ

ତୁଳସୀ ପୂଜନ ଦିବସ

1 min
282


ପଚିଶ ତାରିଖ ଦିସେମ୍ବର ମାସ

ତୁଳସୀ ଦିବସ ଆଜି

ତୁଳସୀ ପୂଜନ ସଂସ୍କୃତି ସଂସ୍କାର

ଚଉରା ମୂଳକୁ ସାଜି !


ଘର ଘର ପରା ଚଉର ସ୍ଥାପନ

ବୃକ୍ଷ ତୁଳସୀ ତା କୋଳେ

ଦେବୀ ବୃନ୍ଦାବତୀ ପୂଜନ୍ତି ଗୃହିଣୀ 

ତୁଳସୀ ମଣ୍ଡପ ତଳେ !


ତୁଳସୀ ବୃକ୍ଷ ଟି ସାକ୍ଷାତରେ ଲକ୍ଷ୍ମୀ 

ବୃନ୍ଦାବତୀ ନା ଚର୍ଚ୍ଚିତ

ସକାଳୁ ସକାଳୁ ନିତ୍ୟକର୍ମ ସାରି

ମୂଳରେ ଜଳ ଅର୍ପିତ !


ଶଙ୍ଖ ହୁଳହୁଳି ସଞ୍ଜ ଓ ସକାଳେ

ଧୂପ ଦୀପ ଓ ନୈବେଦ୍ୟ

ପୂଜି ବୃନ୍ଦାବତୀ ସାର୍ଥକ ଜୀବନ

ନ ରୁହେ ଅଭାବ ଆଦ୍ୟ !


ରୁହେଟି କରୁଣ ଲକ୍ଷ୍ମୀଙ୍କର ଗୃହେ

ନ ରୁହେ ନିଅଣ୍ଟ କାର

ଖୁସି ଓ ସମ୍ମାନ ଗୃହେ ଆଣି ଦିଏ

ପୂଜନେ ବୃନ୍ଦାବତୀର !


ଧର୍ମ  ସନାତନ ତୁଳସୀ ପୂଜନ

ମହତ୍ତ୍ଵ ଯାର ଅପାର

ରୋଗର କାରଣେ ଅଟେ ଏ ଔଷଧୀ 

ତାର ଗୃହେ ଉପଚାର !


ତୁଳସୀ ପୂଜନ ହିନ୍ଦୁ ଧର୍ମ ଶାସ୍ତ୍ରେ

ବର୍ଣ୍ଣି ଛନ୍ତି ଋଷି ମୁନି

ଦିବସ ଏହାର ପାଳିତ ରାଷ୍ଟ୍ରରେ

ପୂଜନ୍ତି ଭକ୍ତିରେ ଜ୍ଞାନୀ !


ବନ୍ଧୁ ଓ କୁଟୁମ୍ବ ଆସ ସଙ୍ଗ ସାଥୀ

ପୂଜିବା ତୁଳସୀ ମୂଳ

ପରା ବୃନ୍ଦାବତୀ ଲକ୍ଷ୍ମୀ ଠାକୁରାଣୀ 

କରିବେ ପୂର୍ଣ୍ଣ ସକଳ !


ହାର୍ଦ୍ଦିକ ଶୁଭେଚ୍ଛା ଅଭିନନ୍ଦନ ଟି

ତୁଳସୀ ଦିବସେ ମୋର

ଦେବେଦୂରକରି ଦୁଃଖ କଷ୍ଟ ସବୁ

ମଙ୍ଗଳ ହେବ ରାଷ୍ଟ୍ରର !




Rate this content
Log in

Similar oriya poem from Abstract