STORYMIRROR

Arjuni charan Behera

Inspirational Others

3  

Arjuni charan Behera

Inspirational Others

ତୁଳସୀ ବନ୍ଦନା

ତୁଳସୀ ବନ୍ଦନା

1 min
496

    

ନମସ୍ତେ ଦେବୀ ଗୋ ତୁଳସୀ l

ଅଟୁ ମା' ବିଷ୍ଣୁଙ୍କ ପ୍ରେୟସୀ ll

ବିଷ୍ଣୁ ବଲ୍ଲଭୀ ବିଷ୍ଣୁ ପ୍ରିୟେ l

ଦେବେ ବସନ୍ତି ତୋର ଦେହେ ll

ନମସ୍ତେ ମାତ ବୃନ୍ଦାବତୀ l

ତୁ ସତୀ ଜଳନ୍ଧର ପତ୍ନୀ ll

ତୋର ସତୀତ୍ୱ ପ୍ରଭାବରେ l

ସ୍ଥାନ ପାଇଲୁ ବିଷ୍ଣୁ ଶିରେ ll

ତୁ ଶୋଭା ପାଉ ନିଧିବନେ l

ଶ୍ରୀକୃଷ୍ଣ ବିହାର କାନନେ ll

ତୁ ଅଟୁ ତ୍ରିପୁର ବାସିନୀ l

ସ୍ଵରଗ ପାତାଳ ମେଦିନୀ ll

ତୋ ମୁଳୋଦକ ଗଙ୍ଗା ବାରି l

ତୋ ଡାଳେ ବସନ୍ତି ମୁରାରୀ ll

ତୋ ପତ୍ର ବିନେ ମହାମାୟୀ l

ବିଷ୍ଣୁ ନ କରନ୍ତି ମଣୋହି ll

ବିଷ୍ଣୁଙ୍କ କଣ୍ଠେ ତୋର ମାଳ l

ତୋ ପୂଜା ବିଷ୍ଣୁ ପୂଜା ତୁଲ ll

ତୁଳସୀ ଜଟାର ମୁକୁଟେ l

ବେଶ ହୁଅନ୍ତି ଜଗନ୍ନାଥେ ll

ଭଗୀନୀ ମାଳତୀ ଓ ଧାତ୍ରୀ l

ତୁ ମାତ ଅଟୁ ପୂତ ଗାତ୍ରୀ ll

ଅଭିଶାପେ ତୋ ସତ୍ୟକାମ l

ବିଷ୍ଣୁ ହୋଇଲେ ଶାଳଗ୍ରାମ ll

ସେବା ତୋ ନାଶେ ସର୍ବବ୍ୟାଧି l

ସାକ୍ଷାତେ ତୁ ସର୍ବ ଔଷଧି ll

କାର୍ତ୍ତିକେ ତୁଳସୀ ପୂଜନ l

ପ୍ରାଣୀ ଅରଜେ ମହାପୂଣ୍ୟ ll

କୃଷ୍ଣଙ୍କୁ ଅରପି ତୁଳସୀ l

ପୂଜନ କର ବ୍ରହ୍ମ ରାଶି ll

ସମର୍ପି ତୁଳସୀ ଚଅଁର l

ବନ୍ଦିଲି ପ୍ରଭୁ ଦାମୋଦର ll

ନମସ୍ତେ ତ୍ରିପୁର ବାସିନୀ l

ସର୍ବ ପାତକ ବିନାଶିନୀ ll

        


Rate this content
Log in

Similar oriya poem from Inspirational