ତୁଇ ମୋର୍ ଜୀବନ
ତୁଇ ମୋର୍ ଜୀବନ
ପରୀ ରାଏଜର୍ ପରୀ ଗୁଟେ ବାଗିର
ଦିଖସୁ କେତେନି କେତେ ସୁନ୍ଦରି ।
ଗାଁ ମଝା ଖୁଲି ଚାଲି ଗଲେ ତୁଇ
ଗାଁ ଖୁଇଲ୍ ଯାଏସି କହଁରି ।।
ହଲେଇ ହଲେଇ ଗଜରା ବେନି
ଗଲେ ତୁଇ ନଲ୍ କେ ପେନ୍ ଆନି ।
ତତେ ଦେଖମି ବଲି ଜୁଗି ବସି ଥିସି
ତୁଇ ନାଇଁ ପାରୁ କେଁ ଗା ଜାନି ।।
ଗୁରା ଫକ୍ ଫକ୍ ତୋର୍ ଚେହେରା
ହସି ତୋର୍ ସୁଲ ଅନା ।
ମହନି ଦିଆ ତୋର୍ ଆଏଁଖ ମିଟକା
ମତେ କରି ନେସି ତନାଘନା ।।
ଲହର୍ ଝପର୍ ଚାଲି ଗଲେ ତୁଇ
ଦେଖି ବାଉରା ହେସି ମୋର ମନ୍ ।
କଁଅଲି ଦିହି ହଳଦି ମୁହିଁ
ହେଇ ଯା ତୁଇ ମୋର୍ ଜିବନ୍ ।।
ହସି ହସି ତୁଇ କଥା ହେଉ ଥିସୁ
ତୋର କଥା ଥି ଝରସି ମହୁ ।
ତୁଇ ବି ମତେ ପସନ୍ କରସୁ ବେଲେ
ମତେ କାଏଜେ ନାଇଁ କହୁ ।।
ତୋର ରସିଆ ବନେଇ ଦେ ମତେ
ତୋର ଲାଗି ଝୁରୁଛେ ଇ ପାଗଲା ମନ୍ ।
ତୁଇ ତୋ ଅଉ ମୋର ମନର୍ ରାନି
ତୁଇ ଅଉ ମୋର୍ ଜିବର ଜିବନ୍ ।।

