STORYMIRROR

Amulya Kumar Nayak

Abstract

4  

Amulya Kumar Nayak

Abstract

ତୁଚ୍ଛ ସଂପର୍କ

ତୁଚ୍ଛ ସଂପର୍କ

1 min
157


ମିଛ ମାୟା ଭରା ସଂସାରରେ ଏହି

   ମାଆ ତୋର ନାମ ଧ୍ଯାଇ

ସଂପର୍କ ଗଢିଲି ବାପା ଭାଇ ବଂଧୁ

    କୁଆଁ କୁଆଁ ରାବ ଦେଇ ।।


ସାଥି ସହୋଦର ପ୍ରିୟ ପରିଜନ

   ମମତାରେ ହେଲେ ବନ୍ଧା

ଥିଲି ଯେବେ ସାନ ପାଇଲି ସମ୍ମାନ

   ଭୁଲିଲି ସକଳ ବାଧା ।।


ବେଳ ନହଉଣୁ କୋଳ ଖାଲି କରି

    ଗଲେ ବାପା ମାଆ ଚାଲି

ନ ପାରିଲି ବୁଝି ମିଛ ସବୁ ସୁଝି

    ଏ ସଂସାର ଶୂନ୍ଯ ଖାଲି ।।


ଜନମ ମରଣ ଏହି ଦୁଇ ଦିନ

    ଆଉ ସବୁ ଲାଗେ ମିଛ

ସଂପର୍କଟା ଖାଲି ବାଆକୁ ବତାଟେ

    ଜଣେ ଆଗ ଜଣେ ପଛ ।।


ଲାଗିଛି ସଂସାରେ ମୋର ମୋର ବୋଲି

    କେହି ନୁହେଁ ଏଠି କା'ର

ବିପଦେ ଆପଦେ ନଦିଅନ୍ତି ଦେଖା

   ତୁଚ୍ଛ ସଂପର୍କର ଡୋର ।।



Rate this content
Log in

Similar oriya poem from Abstract