ତୁ ଏକା ବାନ୍ଧବ
ତୁ ଏକା ବାନ୍ଧବ


ତୁହି ମୋର ସଖା ତୁହି ମୋର ବନ୍ଧୁ
ସବୁ ସମ୍ପର୍କ ତୋ ସାଥେ
ବିପଦେ ଆପଦେ ତୁହି ଏକା ସାହା
ରାକ୍ଷୀ ବାନ୍ଧିଲି ତୋ ହାତେ ୧
ମୋ ଅନ୍ତର ଠାରୁ ଅନ୍ତରିକ୍ଷ ଯାଏଁ
ସର୍ବତ୍ର ତୁହି ବିସ୍ତୃତ
ଯେଉଁ ଠାରେ ବି ମୁଁ ଆକୁଳେ କାନ୍ଦିଲେ
ତୁହି ବଢେଇବୁ ହାତ ୨
ଏ ଜଗତଟା ପରା ମାୟା ଖେଳଘର
ସବୁଠି ମିଛ ନାଟକ
ଭାଇ ଭାଇ ବୋଲି କରି ଅଭିନୟ
ପଛରୁ ଶତ୍ରୁର ଭାବ ୩
ରାକ୍ଷୀ ଟିକୁ ମୋର ଗ୍ରହଣ କରିବ
ଆହେ ପ୍ରଭୂ ପରଂବ୍ରହ୍ମ
ଭାବ ଓ ଭକ୍ତି କୁ ମିଠା ପ୍ୟାକେଟ ରେ
ରଖି କହିଲି ପ୍ରେରଣ ୪
ରାକ୍ଷୀ ଉପହାର ଲୋଡା ନାହିଁ ମୋର
ବୁନ୍ଦାଏ ଆଶିଷ ଦେବ
ସେତିକି ରେ ମୁହିଁ ହେବି କୃତ୍ୟ କୃତ୍ୟ
ଜୀବନ ଧନ୍ୟ ହୋଇବ ୫
ଆୟୁ ଥିବା ଯାଏଁ ଦେଉଥିବି ମୁହିଁ
ରକ୍ଷା ବନ୍ଧନର ଡୋରି
ବିପଦ ଆପଦେ ଠିଆ ହେବ ପ୍ରଭୂ
ଏତିକି ମୋର ଗୁହାରି ୬
ତୋର ପରି ଭ୍ରାତା ତୋପରି ବାନ୍ଧବ
ସଂସାରେ କେ ଆଉ ଅଛି
ସେଥିପାଇଁ ପରା ରାକ୍ଷୀ ପଠାଇଛି
ତୋ ପାଦେ ଆଶ୍ରା କରିଛି ୭