Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mr.GAGAN BIHARI NAYAK

Action Fantasy Thriller

3  

Mr.GAGAN BIHARI NAYAK

Action Fantasy Thriller

ତୁ' ଅମାନିଆଁ ନଈ

ତୁ' ଅମାନିଆଁ ନଈ

1 min
306



ତୁ'ଅମାନିଆଁ ନଈ ।

ସବୁଠୁ ମିଛେଇ । 

ବହିଯାଉ ଦୂରେ ଦୁରେ

ଦୁଇକୂଳ ଛୁଇଁ ।

ପଥ ହରା ପଥିକ ମୁଁ

ଧରି ପାରେ ନାହିଁ ।

ଫେରିବା ବାଟକୁ ତୋର

ବସିଛି ଅନେଇଁ ।


ସାଗରେ ମିଶିବା ପାଇଁ

ମନେକେତେ ଆଶାନେଇ ।

ନାଚି ଯାଉ ଢେଉ ସଙ୍ଗେ

ପ୍ରୀତିର ସଂକେତ ଦେଇ।

ବୁଝିଛୁ କି ମନ ମନ ତଳେ

କେତେ ପ୍ରେମ ତୋ ପାଇଁ

ଘାଟରେ ଚାହିଁ ବସିଛି 

ଅବୁଝା ବାଟୋଇ ହୋଇ ।


ନିଦାଘଟା ବିତି ଗଲା

ତୋତେକେତେ ଚାହିଁଚାହିଁ।

ପାଗଳ ପରି ସାଉଁଟି

ତୋର କୂଳ ପଠା ଭୂଇଁ ।

ଆଙ୍କିଛି ମୋ ପାଦ ଚିହ୍ନ 

ମୂକ ସାକ୍ଷୀ ହେବା ପାଇଁ।

ଘର୍ମ କେତେ ନିଗିଡିଛି

ଓଠ ମୋ ଯାଇଛି ପିଇ।

ଥକ୍କା ହୋଇ ବସିଛି ମୁଁ

ତୋ'ଫେରନ୍ତା ଆଶା ନେଇ ।




Rate this content
Log in

Similar oriya poem from Action