ତୁ ଅଛୁ???
ତୁ ଅଛୁ???


ସତରେ ତୁ ଅଛୁ?
ନା ଅଛି ଅଛି ବୋଲି
ସମସ୍ତଙ୍କୁ ଭୁଆଁବୁଲୋଉଛୁ
ସତରେ ତୁ ସବୁ ଦେଖୁଛୁ
ନା ନିରୀହ ଚାହାଣିର ମୁଖାଟେ ପିନ୍ଧି
ସଭିଙ୍କ ମନ ମୋହୁଛୁ ।
ତୁ ଥା କି ନ ଥା
ଅଛି ଅଛିର ଆଶ୍ବାସନା ଦେଉଥା
ଆଉ ମୁଁ ଅକ୍ଲେଶରେ ଅରୋହଣ କରୁଥାଏ
ଦୁଃଖର ପାହାଡ ସବୁ
ଲଂଘିଯାଉଥାଏ ଲୁହର ସମୁଦ୍ରକୁ
ତୁ ଦେଖ୍ କି ନ ଦେଖ୍
ମୁଁ ଦେଖୁଥାଏ ତୋ କଳାବଦନକୁ
ଆଉ କଳା କଳା ରାତିରେ ବି
ସଜାଉଥାଏ ସୁଖର ସପନକୁ ।