STORYMIRROR

Pratima Panda

Abstract Tragedy

3  

Pratima Panda

Abstract Tragedy

ତୁ ଅଛୁ???

ତୁ ଅଛୁ???

1 min
20

ସତରେ ତୁ ଅଛୁ?

ନା ଅଛି ଅଛି ବୋଲି

ସମସ୍ତଙ୍କୁ ଭୁଆଁବୁଲୋଉଛୁ

ସତରେ ତୁ ସବୁ ଦେଖୁଛୁ

ନା ନିରୀହ ଚାହାଣିର ମୁଖାଟେ ପିନ୍ଧି

ସଭିଙ୍କ ମନ ମୋହୁଛୁ ।

ତୁ ଥା କି ନ ଥା

ଅଛି ଅଛିର ଆଶ୍ବାସନା ଦେଉଥା

ଆଉ ମୁଁ ଅକ୍ଲେଶରେ ଅରୋହଣ କରୁଥାଏ

ଦୁଃଖର ପାହାଡ ସବୁ

ଲଂଘିଯାଉଥାଏ ଲୁହର ସମୁଦ୍ରକୁ

ତୁ ଦେଖ୍ କି ନ ଦେଖ୍

ମୁଁ ଦେଖୁଥାଏ ତୋ କଳାବଦନକୁ

ଆଉ କଳା କଳା ରାତିରେ ବି

ସଜାଉଥାଏ ସୁଖର ସପନକୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract