STORYMIRROR

Satyabati Swain

Romance

3  

Satyabati Swain

Romance

ତୁ ଆସିଲୁ ଭଲ କଲୁ

ତୁ ଆସିଲୁ ଭଲ କଲୁ

1 min
420

ମୁଠେ ସମ୍ମୋହନ,

ଟିପେ ଖୁସି,

ଆଞ୍ଜୁଳାଏ ହସ ଗାଆଁର ନାଆଁ

ବୋଧହୁଏ ତୁମେ।

     

ରାସ୍ତା କେଉଁଠି ସରିବ

ଜାଣିନି

କିନ୍ତୁ ଚାଲିଛି

ଯଦିଓ ଭିଡ଼ ଭିତରେ ମୁଁ

ମୋ ଭିତରେ ଭିଡ଼

ଖୋଲା ଆଖିରେ

ବହଳେ ସ୍ୱପ୍ନ

ସ୍ୱପ୍ନରେ କାକର

କାକରରେ ଶାମୁକା

ଶାମୁକା ଭିତରେ ମୋତି କିନ୍ତୁ ଅଛି।


ମୁଁ କିନ୍ତୁ

ବେଳାଭୂଇଁ

ଲହଡି ଜୁଆର ବାଡ଼ିଆ ସହିବି

ଗର୍ଜନ ଶୁଣିବି

ତୁମ ପାଦ ଚିହ୍ନ

ବି ଆଙ୍କିବି

ସେଇ ଖୋଲା ଆଖିରେ

ଶୋଇ ପଡିଲେ

ସେ ଖୁବ୍ ସନ୍ତର୍ପଣେ ଆସେ

ମୋତେ ବିବଶ କରେ

ଦୋହଲାଏ।


ମୁଁ ଗୋଟା ସୁଦ୍ଧା

କାକରରେ 

ଓଦା ହୋଇ ପଡେ।


ତୁ ଆସିଲୁ

ଭଲ କଲୁ

ମରୁଭୂମିରେ ଫୁଲ ଫୁଟାଇଲୁ।



Rate this content
Log in

Similar oriya poem from Romance