STORYMIRROR

Chittaranjan Nanda

Inspirational Others Children

4  

Chittaranjan Nanda

Inspirational Others Children

ଟ୍ରେନରେ ଦିନେ

ଟ୍ରେନରେ ଦିନେ

1 min
255


ରାଉଲକେଲାକୁ ଯାଉଥିଲି ଏକ ରାତିରେ

ଉଠିଲି କଟକ ଷ୍ଟେସନରୁ ଏକ ଟ୍ରେନର ବଗିରେ ।


ଯାହା ମନେ ପଡେ ବଗିର ନମ୍ବର ଥିଲା ବି, ସିଟ୍ ଛପନ

କରମଣ୍ଡଣ ଦୁର୍ଘଟଣା କଥା ଥିଲା ମନେ ଭୟ ସପନ ।


ଅନେକ ଆଇନ ଓ ଅନ୍ୟ ବହି ପଢିଛି ମୁଁ ଜୀବନରେ, 

ସବୁ ବିଷୟ ବହି ଭିତର ମନେ ନାହିଁ ମାନସପଟରେ ।


ମୋର ଏକ ପୁରୁଣା ଛାତ୍ର ଉଠିଲା ବଗି ଭିତରେ

ପ୍ରଶ୍ନ ପଚାରିଥିଲା ଲାଭ କ'ଣ ହେଲା ପଢିବାରେ  ।


ଉତ୍ତର କଅଣ ଦେବି ସଂଗେ ସଂଗେ ଭାବି ପାରିଲି ନାହିଁ

ତେଣୁ ସେଦିନ ମୁଁ ମୋ ଛାତ୍ରକୁ ଉତ୍ତର ଦେଲି ନାହିଁ ।


ପୁଣି କିଛି ଆସି ଘରେ ପୁସ୍ତକ ମୁଁ ପଠନ କରିଲି,

ସେଥିର ମନେ ଥିବା ସାରାଂଶ ଯାହା ଏଠି ଲେଖିଲି ।


କୌଣସି ବହି ଯେତେ ଥର ବି ପଢିଲେ, 

ବହିର ସବୁକିଛି ନରହେ ମନ ଭିତରେ ।


ସାଇତି ରଖି ପାରିଲି ନାହିଁ, ଏହା ମୂଖ୍ୟ ନୁୁହେଁ

ବହି ପଢି ମନରେ କିଛି ତ ସବୁ ଧାରଣା ରହେ ।


ସେଥିରେ ଜ୍ଞାନ ମିଳେ ଆମ ଆବେଗ ଅନୁଭୂତିକୁ, 

ସେ ଉପଲବ୍ଧି ସାହାଯ୍ୟ କରେ ସତ୍ୟ ଖୋଜି ପାଇବାକୁ ।


ସେସବୁ ଜ୍ଞାନ ନିଜର ମନକୁ ପରିଷ୍କାର କରେ,

ପୁନର୍ଜନ୍ମ ମିଳିଥାଏ ଆତ୍ମା କ୍ରମଶଃ ବିଶୁଦ୍ଧ ହେବାରେ ।


ଛିଦ୍ରଯୁକ୍ତ ପାତ୍ରରେ ଯେବେ ପାଣି ଭରତି କରୁଥାଉ ,

ଜଳ ସବୁ ଛିଦ୍ରବାଟେ ତଳେ ପଡ଼ିଯିବା ତ ପାଉ ।


ଛିଦ୍ରଯୁକ୍ତ ପାତ୍ରରେ ମଇଳା ଧୋଇ ହୋଇ ଯିବା ପରି

ବାରମ୍ବାର ପଢାରେ ମସ୍ତିଷ୍କ ଉଜ୍ଜ୍ୱଳ ହୁଏ ସେହିପରି ।


ତେଣୁ ବାରମ୍ବାର ପଢାରେ ସବୁକିଛି ମନେ ରହୁନାହିଁ

ଚେଷ୍ଟା କରି ଚାଲିଥିଲେ ହତାଶା ହେବାର ପ୍ରଶ୍ନ ନାହିଁ ।


Rate this content
Log in

Similar oriya poem from Inspirational