ଟ୍ରେନରେ ଦିନେ
ଟ୍ରେନରେ ଦିନେ
ରାଉଲକେଲାକୁ ଯାଉଥିଲି ଏକ ରାତିରେ
ଉଠିଲି କଟକ ଷ୍ଟେସନରୁ ଏକ ଟ୍ରେନର ବଗିରେ ।
ଯାହା ମନେ ପଡେ ବଗିର ନମ୍ବର ଥିଲା ବି, ସିଟ୍ ଛପନ
କରମଣ୍ଡଣ ଦୁର୍ଘଟଣା କଥା ଥିଲା ମନେ ଭୟ ସପନ ।
ଅନେକ ଆଇନ ଓ ଅନ୍ୟ ବହି ପଢିଛି ମୁଁ ଜୀବନରେ,
ସବୁ ବିଷୟ ବହି ଭିତର ମନେ ନାହିଁ ମାନସପଟରେ ।
ମୋର ଏକ ପୁରୁଣା ଛାତ୍ର ଉଠିଲା ବଗି ଭିତରେ
ପ୍ରଶ୍ନ ପଚାରିଥିଲା ଲାଭ କ'ଣ ହେଲା ପଢିବାରେ ।
ଉତ୍ତର କଅଣ ଦେବି ସଂଗେ ସଂଗେ ଭାବି ପାରିଲି ନାହିଁ
ତେଣୁ ସେଦିନ ମୁଁ ମୋ ଛାତ୍ରକୁ ଉତ୍ତର ଦେଲି ନାହିଁ ।
ପୁଣି କିଛି ଆସି ଘରେ ପୁସ୍ତକ ମୁଁ ପଠନ କରିଲି,
ସେଥିର ମନେ ଥିବା ସାରାଂଶ ଯାହା ଏଠି ଲେଖିଲି ।
କୌଣସି ବହି ଯେତେ ଥର ବି ପଢିଲେ,
ବହିର ସବୁକିଛି ନରହେ ମନ ଭିତରେ ।
ସାଇତି ରଖି ପାରିଲି ନାହିଁ, ଏହା ମୂଖ୍ୟ ନୁୁହେଁ
ବହି ପଢି ମନରେ କିଛି ତ ସବୁ ଧାରଣା ରହେ ।
ସେଥିରେ ଜ୍ଞାନ ମିଳେ ଆମ ଆବେଗ ଅନୁଭୂତିକୁ,
ସେ ଉପଲବ୍ଧି ସାହାଯ୍ୟ କରେ ସତ୍ୟ ଖୋଜି ପାଇବାକୁ ।
ସେସବୁ ଜ୍ଞାନ ନିଜର ମନକୁ ପରିଷ୍କାର କରେ,
ପୁନର୍ଜନ୍ମ ମିଳିଥାଏ ଆତ୍ମା କ୍ରମଶଃ ବିଶୁଦ୍ଧ ହେବାରେ ।
ଛିଦ୍ରଯୁକ୍ତ ପାତ୍ରରେ ଯେବେ ପାଣି ଭରତି କରୁଥାଉ ,
ଜଳ ସବୁ ଛିଦ୍ରବାଟେ ତଳେ ପଡ଼ିଯିବା ତ ପାଉ ।
ଛିଦ୍ରଯୁକ୍ତ ପାତ୍ରରେ ମଇଳା ଧୋଇ ହୋଇ ଯିବା ପରି
ବାରମ୍ବାର ପଢାରେ ମସ୍ତିଷ୍କ ଉଜ୍ଜ୍ୱଳ ହୁଏ ସେହିପରି ।
ତେଣୁ ବାରମ୍ବାର ପଢାରେ ସବୁକିଛି ମନେ ରହୁନାହିଁ
ଚେଷ୍ଟା କରି ଚାଲିଥିଲେ ହତାଶା ହେବାର ପ୍ରଶ୍ନ ନାହିଁ ।
