ଟ୍ରେନ୍ରେ ଦିନେ
ଟ୍ରେନ୍ରେ ଦିନେ
ପିଲାବେଳେ ଯେବେ ଗୁରୁଜୀ ଶିଖାନ୍ତି ଏ କାର
ସେତେବେଳେ ରେଳ ଶଦ୍ଦଟିକୁ
କଳାପଟାରେ ଲେଖି କହନ୍ତି
ପିଲା ଉଚ୍ଚାରଣ କର ଏବଂ ପଢ଼
ତା'ର ଆକୃତି ଦେଖିନଥାଉ କି
ରେଳଯିବାର ଶବ୍ଦ ଶୁଣି ନ ଥାଉ
ଭାରି ଇଚ୍ଛା ଥାଏ ରେଳ ଦେଖିବାକୁ
ରେଳରେ ସହରକୁ ଯିବାକୁ ।
ମୁଁ ପ୍ରଥମ ଶ୍ରେଣୀରେ ପଢ଼ୁଥିବାବେଳେ
ଗାଁଠାରୁ ସ୍ଵଳ୍ପ ଦୂରରେ
ବାପାଙ୍କର ମଉସାଙ୍କ ଘର
ସେଦିନ ତାଙ୍କ ପୁଅର ବାହାଘର ଭୋଜି
ମୁଁ ଭୋଜି ଖାଇବାକୁ
ବାପାଙ୍କ ସହିତ ସାଇକେଲ୍ରେ ଯାଉଥିଲି ।
ବାଟରେ ରେଳ ଧାରଣା ଦେଖୁ ଦେଖୁ
ଟ୍ରେନ୍ଟିଏ ବିରାଟ ଗର୍ଜନ କରି ଆସିଲା
ସେତେବେଳେ ଟ୍ରେନ୍ର ଥିଲା
କୋଇଲା ଇଞ୍ଜିନ୍
ଇଞ୍ଜନ୍ ଉପରୁ ବାହାରୁଥିଲା
କଳା ଧୂଆଁ
ଟେନ୍ ଟି ଥିଲା ଯାତ୍ରୀ ବାହୀ
ବଗିର ଝରକା ପାଖରେ
ଦେଖାଯାଉଥିଲା ଯାତ୍ରୀଙ୍କ ମୁଣ୍ଡ
ଟ୍ରେନ୍ର ଶେଷ ଡବାରେ
ଜଣେ ଧଳାପୋଷକ ପିନ୍ଧା
ଟ୍ରେନ୍ କର୍ମଚାରୀ ଠିଆ ହୋଇ ରହିଥିଲେ
କିଛି ମୁହୂର୍ତ୍ତରେ ଟ୍ରେନ୍ଟି ଉଭାନ୍ ହୋଇଗଲା
ଆଖିରେ ପଲକ ନପକେଇ ଅନେଇ ଥାଏ
କେବଳ ଟ୍ରେନ୍କୁ
ବଡ଼ ହେଲାପରେ କଲେଜ୍ରେ ପଢ଼ିଲି
ଜାତୀୟ ସମର ଶିକ୍ଷାର୍ଥୀ ବାହିନୀରେ
ଯୋଗ ଦେଲି
ଦିନେ ମୋତେ ସୁଯୋଗ ମିଳିଲା
କଟକ ୱ।ନ୍ ଓଡ଼ିଶା ବାଟାଲିୟନ୍ ରେ
ବନ୍ଧୁକ ଚାଳନା ଶିକ୍ଷା ନେବା ପାଇଁ
ତେଣୁ ଅନ୍ୟ ଶିକ୍ଷାର୍ଥୀଙ୍କ ସହ
ଖାକି ପୋଷାକ ପିନ୍ଧି
ଟ୍ରେନ୍ରେ ଗଲି
ଏବଂ ଧଉଳି ଏକ୍ସପ୍ରେସ୍ରେ ଘରକୁ ଫେରିଲି ।
ଗଲାବେଳେ ଦେଖିବାକୁ ମିଳିଲା
କେଉଁ ବଗିରେ ପ୍ରବଳ ଭିଡ଼ ତ
କେଉଁ ବଗିରେ ଅଳ୍ପ କିଛି ଯାତ୍ରୀ
ବଗି ଭିତରେ କେତେକ ଭିକ୍ଷୁକ
ଭିକ୍ଷା ମାଗୁଛନ୍ତି
ବରା ଘୁଘୁନି ବିକାଳୀ ଏବଂ
ସୋଲା ମଟର ତଥା ସଫଳ ବିକାଳୀ
ବଗି ଭିତରରେ ବେପାରରେ ବ୍ୟସ୍ତ
ଆମେ ମଧ୍ୟ ଫେରିଲାବେଳେ
ସୋଲା ମଟର ସାଙ୍ଗମାନେ
ମିଳିମିଶି ଖାଇଲୁ
ବସ୍ ଯାତ୍ରା ଠାରୁ ଟ୍ରେନ୍ ଯାତ୍ରାଟି ଥାଏ
ଭିନ୍ନ,କେବେ ବାନ୍ତି ହୁଏ ନାହିଁ
ଲାଗେ ସତେ ଘରେ ବସିଛୁ କି
ଟ୍ରେନ୍ ର ଗୋଟିଏ ଦିନର ଯାତ୍ରା
ଭାରି ଭଲ ଲାଗିଲା ଏବଂ
ଆନନ୍ଦ ଦେଲା ।