STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ଅନେକ ଫୁଲର ପ୍ରଜାପତି

ଅନେକ ଫୁଲର ପ୍ରଜାପତି

1 min
195

ଧାରେ ସମ୍ଭ୍ରମତାର ଅରୁଣିମା

ଲାଜ ଭୟ ମିଶା ତାର ପରିସୀମା,

ମୁକ୍ତ ଛନ୍ଦରେ ଗାଇ ଯାଏ ଗୀତ

ସେ ସୁନା ରଙ୍ଗ ଦିଆ ସୁ-ପ୍ରତିମା। 


ସ୍ନେହ ପ୍ରେମ ବୋଳା ସଜ ନିଶିଗନ୍ଧା

ତାର ସୁ-ମାୟାରେ ହୁଏ ଜଗ ବନ୍ଧା,

ପ୍ରଭାତୀ କାକର ପରି ତାର ଛୁଆଁ

ତାର ଅଳତା ଗାରରେ ସର୍ବେ ଛନ୍ଦା। 


ସେ ମୋହାସକ୍ତ ଏକ ହସଟିଏ

ଶୁଦ୍ଧ ଗୋଲାପି ମଧୁର ଫାଶଟିଏ,

ମୁକୁଳି ହୁଏନା ସେ ବନ୍ଧନୁ କେବେ

ଘୋର ଦୁଃଖେ ମୃଦୁ ପରିହାସଟିଏ। 


ତାର ଗଭାରେ ରଜନୀ ଗୀତ ଗାଏl

ତାର ଆଖିରେ ଶେଫାଳି ସଜ ହୁଏ,

ମେହେନ୍ଦିରେ ତାର ଅସରା କବିତା

ପାଦ ପାଉଁଜିରେ ଘର ପୁରିଯାଏ। 


ଶତ ପୁଣ୍ୟ ଫଳେ ମିଳେ ଏ ସମ୍ପତି

ସେ ଅନେକ ଫୁଲର ପ୍ରଜାପତି,

ତା ବିନା ବଗିଚା ମଉଳା ସ୍ୱପନ

ଘରେ ଭରିଦିଏ ଶାନ୍ତି ପ୍ରିତୀ ଭକ୍ତି। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract