STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ମନେ ପଡେ ଆଗ କଥା

ମନେ ପଡେ ଆଗ କଥା

1 min
139


ଭୟଙ୍କର ସ୍ଥିତି ଥିଲା ଜନଙ୍କର

   ନଥିଲା ଖାଇବା ଅନ୍ନ,

ନିଶ୍ଚୟ କଲେଟି ଯୁବକ ଗାଆଁର

   କରିବେ ଲକ୍ଷ୍ମୀ ପୂଜନ।


କଲେଟି ପୂଜନ ଗଜଲକ୍ଷ୍ମୀଙ୍କର

   ନରହିବ ଦାରିଦ୍ର୍ୟତା

ଲକ୍ଷ୍ମୀପୂର୍ଣ୍ଣ ତହିଁ ହେବସୁଖଶାନ୍ତି

   ନରହିବ ଅନ୍ନ ଚିନ୍ତା।


ଘରଘର କଲେ ଯୁବାଗଣ ଚାନ୍ଦା

   ଗଜଲକ୍ଷ୍ମୀଙ୍କ ପୂଜନେ,

ଯିଏ ଯାହାଦେଲା କଲେଟିଗ୍ରହଣ 

   କଲେଏକତ୍ରିତ ଜନେ।


ଚାହୁଁଚାହୁଁ ବିତି ଗଲାଟି ଭାଇରେ

   ହେଲାଣି ପଚାଶ ବର୍ଷ,

ଗଜଲକ୍ଷ୍ମୀ ପୂଜା ପ୍ରତି ବର୍ଷ ହୁଏ

   ଜନ ମନେ ଅତି ହର୍ଷ।


ସବୁଟି ସମ୍ଭବ କୋଣାର୍କର ଯୋଗୁଁ

   ପରିପୂର୍ଣ୍ଣ ସବୁ ଏଠି,

ଅନ୍ନପୂର୍ଣ୍ଣା ଦୟା ସତ୍ୟରେହିଁ ଏଠି

   ନାହିହିଁ ଅଭାବ ଏଠି।


ନାହିଁ ଅନ୍ନ କଷ୍ଟ ସମ୍ପନ ସମସ୍ତେ

   ସବୁ ସୁବିଧାରେ ପୂର୍ଣ୍ଣ,

ଶିକ୍ଷିତସମସ୍ତେ କର୍ମକ୍ଷେତ୍ରେସବୁ

   ଲକ୍ଷ୍ମୀ କରିଛନ୍ତି ପୂର୍ଣ୍ଣ।

    

ମୁଖ୍ୟ ସଡ଼କ ଗାଆଁର ମଧ୍ୟରେ

   ସବୁତ ସୁବିଧା ଏଠି,

ରାସ୍ତାଘାଟ ସବୁ ପକ୍କାହୋଇଅଛି

   ବିଜୁଳି ସୁବିଧା ଏଠି।


ଆଶିର୍ବାଦୁ ପରା ଗଜ ଲକ୍ଷ୍ମୀଙ୍କର

   ଏହୁ ଡିଜିଟଲ୍ ଗାଆଁ,

ସତ୍ୟଧର୍ମ ତ୍ୟାଗ ମନ୍ତ୍ରହିଁ ଗାଆଁର

  ରାଷ୍ଟ୍ରର ନିର୍ମାଣେଗାଆଁ।

    

ଉଦ୍ଦେଶ୍ୟଟି ପର ଯୁବକ ସଂଘର

    ପୂର୍ଣ୍ଣ ପରି ଅନୁଭୂତି,

ଓଡ଼ିଆ ଗାଆଁ ଟି ଓଡ଼ିଆ ପଢନ୍ତି

   ଏଠି ମାତୃଭାଷା ପ୍ରୀତି।


ବୈଭବରେ ପୂର୍ଣ୍ଣ କଳାବାଡିଆଗାଁ

   ସବୁତ ଲକ୍ଷ୍ମୀଙ୍କ କୃପା,

କୋଣାର୍କସଂଘର ଉଦ୍ଦେଶ୍ୟଟିପୂର୍ଣ୍ଣ

    ଯହିଁ ଅନ୍ନପୂର୍ଣ୍ଣା କୃପା।


ଘଟ ଗଜଲକ୍ଷ୍ମୀ ଆସେଟି ନଈରୁ

   ମୃଦଙ୍ଗ ମହୁରୀ ବାଜେ,

ଧୁପ ଦୀପ ତହିଁ ଶଙ୍ଖ ହୁଳ ହୁଳି

   ତହିଁ କରତାଳି ବାଜେ।


ଗଜଲକ୍ଷ୍ମୀ ରାବ୍ ଗୁଞ୍ଜୁ ଥାଏତହିଁ

   ବ୍ରତୀ ମନ ପ୍ରଫୁଲ୍ଲିତ,

ଭକ୍ତିର ଗୁଞ୍ଜନ କରେ ହର୍ଷଚିତ 

   ଗଜଲକ୍ଷ୍ମୀ ପୂଜାରେତ।


ଯାହାକିଛି ଗାଆଁ ଲକ୍ଷ୍ମୀଆଶିର୍ବାଦୁ

   ଅନ୍ନପୂର୍ଣ୍ଣା ଦୟା ଏଠି

ପୂର୍ଣ୍ଣ ବୈଭବରେ କରିଲେସଜ୍ଜିତ

   ଲକ୍ଷ୍ମୀ ଆଶିର୍ବାଦୁ ଏଠି।


ମଙ୍ଗଳକରହେ ମାତାଗଜଲକ୍ଷ୍ମୀ

  ସେହୁ ଶକ୍ତିଶାଳୀ ରାଷ୍ଟ୍ର,

ଆତ୍ମନିର୍ଭରର ମନ୍ତ୍ର ଗୁଞ୍ଜୁରାଷ୍ଟ୍ରେ

   ଭରୁଟି ବିଶ୍ବାସେ ରାଷ୍ଟ୍ର।


କର ବିଶ୍ବ ଗୁରୁ ପବିତ୍ର ଭାରତ

  ମିଳୁ ବିଶ୍ବରେ ସମ୍ମାନ

ଧର୍ମକର୍ମ ଜ୍ଞାନ ଦିଅ ଅନ୍ନପୂର୍ଣ୍ଣା

  ମିଳୁ ସଂସ୍କୃତି ସମ୍ମାନ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract