Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Abstract

3  

Niranjan Mishra

Abstract

ଶକ୍ତି ସ୍ୱରୂପିଣୀ

ଶକ୍ତି ସ୍ୱରୂପିଣୀ

1 min
120



ଶକ୍ତି ସ୍ୱରୂପିଣୀ ଜଗତଜନନୀ

ଚରଣେ ତୁମ ଶରଣ ।

କରୁଣା କରିବ ମା ଗୋ ଦୟାମୟୀ

କରୁଛି ଏହି ଜଣାଣ ।୧।

ତୁମେ ହିଁ ଆଧାର ସକଳ ବିଶ୍ୱର

ତୁମ ବିନା ଏହି ସୃଷ୍ଟି ।

ସମ୍ଭବି ନ ଥାନ୍ତା ଆଗୋ ଯୋଗମାୟା

ନ ଥିଲେ ତୁମର ଦୃଷ୍ଟି ।୨।

ତୁମକୁ ଶ୍ରୀହରି ସୁମରଣା କଲେ

ସୃଷ୍ଟି ସରଜନା ପାଇଁ ।

ତୁମରି ପରଶେ ସୃଷ୍ଟି ସିନା ହେଲା

ତୁମେ ମାତା କୃପାମୟୀ ।୩।

ସବୁରି ଭିତରେ ବସିଅଛ ତୁମେ

ଅବ୍ୟକ୍ତ ଶକତି ହୋଇ ।

ତୁମ ବିନା ଜୀବ କେବେ ନ ବଞ୍ଚିବ

ତୁମେ ସର୍ବ ଶକ୍ତିମୟୀ ।୪।

ସର୍ବ ମଙ୍ଗଳର ସ୍ୱରୂପ ହିଁ ତୁମେ

ଶିବେ ସର୍ବାର୍ଥସାଧିନୀ ।

ଶରଣାଗତ ରକ୍ଷଣୀ ଦୀନ ଆର୍ତ୍ତୀ

ପରିତ୍ରାଣ ପରାୟଣୀ ।୫।

ତ୍ର୍ୟମ୍ବିକେ ଗଉରୀ ଜଗଦମ୍ବା ମାତା

ତୁମେ ହିଁ ସର୍ବ ସ୍ୱରୂପ

ସର୍ବ ଶକତିର ମୂଳେ ଅଧିଷ୍ଠିତ

ତୁମେ ମୋର ଆତ୍ମ ରୂପ ।୬।

କୁଳ କୁଣ୍ଡଳିନୀ ତୁମେ ହିଁ ତ ମାତା

ତୁମେ ଅଭୟଦାୟିନୀ ।

ଜୀବର ପରମ ଶକତି ଜନନୀ

ସର୍ବ ସିଦ୍ଧି ପ୍ରଦାୟିନୀ ।୭।

ସନ୍ତାନ ବତ୍ସଳା ରୋଗ ଶୋକ ଦୂର

ହୁଏ ଧରି ତୁମ ନାମ ।

ଯୁଗେ ଯୁଗେ ମାତା ଅବତରି ସଦା

ପୂର୍ଣ୍ଣ କର ମନସ୍କାମ ।୮।


Rate this content
Log in

Similar oriya poem from Abstract