STORYMIRROR

Lata Behera

Abstract

4  

Lata Behera

Abstract

ଟୋପାଏ ସିନ୍ଦୂର

ଟୋପାଏ ସିନ୍ଦୂର

2 mins
385

ଟୋପାଏ ସିନ୍ଦୂର ବଦଳେଇ ଦିଏ

    ନାରୀର ସେ ଭାଗ୍ୟ ରେଖା

ସାତ ଜନମର ସାଥି ହେବା ପାଇଁ 

    କପାଳରେ ହୁଏ ଲେଖା ।

ବାପ ଘର ଛାଡି ଶାଶୁଘର ଯାଏ

    ମଥାରେ ଓଢଣୀ ଟାଣି

ପରକୁ ଆପଣା କରିଥାଏ ସିଏ 

    ସବୁ ହୃଦୟରୁ ଜିଣି ।

ପାଦରେ ଅଳତା ମଥାରେ ସିନ୍ଦୂର 

ନାଇ ଗଢି ଥାଏ ସୁଖର ସଂସାର 

    ସିନ୍ଦୂର ଜୀବନ ତାର

ସାଥୀ ସାତ ଜନମର ।


ତାହା ପାଇଁ ନାରୀ ହୁଏ ସୁହାଗିନୀ 

    ସଧବାରେ ଗଣା ଯାଏ

ସେ ସିନ୍ଦୁର ପାଇଁ କେତେ ଓଷା ବ୍ରତ

    ନାରୀଟିଏ କରି ଥାଏ ।

ଟୋପାଏ ସିନ୍ଦୂର ହୁଏ ତା ଜୀବନ

    ତା ବିନା ଅଧୁରା ସିଏ

ଦରକାର ପଡିଲେ ସେ ସିନ୍ଦୁର ପାଇଁ 

     ଜୀବନ ସେ ଦେଇଥାଏ ।

ସିନ୍ଦୁର ବିନା ତା ନାହିଁ ଆନ ଗତି

ନାରୀ ଜୀବନର ସାର୍ଥକତା ଅତି

    ଟୋପାଏ ସିନ୍ଦୂର ଗାର

 ସାଥି ସାତ ଜନମର ।


ଏ ସିନ୍ଦୁର ପାଇଁ ସବୁ ଶୁଭ କାର୍ଯ୍ୟେ

    ଯୋଗ ଦେଇ ଥାଏ ସିଏ

ଥରେ ଲିଭି ଗଲେ ମଥାର ସିନ୍ଦୂର 

     ହୀନି କପାଳି ସେ ହୁଏ ।

ଏ ଦୁନିଆ ତାକୁ କରଇ ବିଦ୍ରୁପ

    ଦେଖଇ ଛୋଟ ନଜର

ଆଖିର ଲୁହକୁ ସାଥି କରି ଚାଲେ

    ହୁଏନି ସିଏ କାହାର ?

ସବୁ ଖୁସି ତାର ଧୋଇ ହେଇଯାଏ

ଜଳି ଜଳି ନିତି ବଞ୍ଚି ଥାଏ ସିଏ

   ଜୀବନ ହୁଏ ଅନ୍ଧାର ।

ଲିଭିଲେ ଟୋପେ ସିନ୍ଦୂର ।


ସହି ପାରେ ନାହିଁ ନାରୀଟିଏ କେବେ

    ସିନ୍ଦୂରର ଅପମାନ 

ସେ ସିନ୍ଦୂର ପାଇଁ ଦେଇ ଦିଏ ପଛେ 

  ନିଜ ଖୁସି ବଳିଦାନ ।

ସବୁବେଳେ ସିଏ ଟେକ ରଖି ଥାଏ

   ମଥା ସିନ୍ଦୁରକୁ ତାର

ସେ ସିନ୍ଦୂର ପାଇଁ ହସି ହସି ସିଏ

   ପିଇ ଥାଏ ଯେ ଜହର ।

ଦୁନିଆ ଆଗରେ କରେ ଏ ଲଢେଇ

ମଥା ସିନ୍ଦୂରକୁ ଦିଏ ସେ ଜିତେଇ

    ନିଜେ ନିନ୍ଦା ସହି ଘୋର ।

ଦିଏନା କଳଙ୍କ ଗାର ।


ପତିବ୍ରତା ନାରୀ ବୁଝି ଥାଏ ତାର

    ସିନ୍ଦୂର ମହତ୍ତ୍ଵ କେତେ

ଟୋପାଏ ସିନ୍ଦୂର ପାଇଁ ନିଜକୁ ସେ

   ବିକି ଦିଏ ଅନ୍ୟ ହାତେ ।

ହରାଏ ନାହିଁ ସେ ମଥାର ସିନ୍ଦୂର 

    ନିଜେ ପଛେ ହାରି ଯାଏ

ଶେଷ ସମୟରେ ମଥାରେ ତାହାର

   ସିନ୍ଦୂର ସେ ନାଇ ଥାଏ ।

ମଶାଣୀ ଜୁଇରେ ଯାଏ ପଛେ ଶୋଇ 

ସିନ୍ଦୂରଠୁ କେବେ ନା ଥାଏ ଦୂରେଇ

    ସିନ୍ଦୂର ସୌଭାଗ୍ଯ ତାର । 

ଥାଏ ସିନ୍ଥିରେ ତାହାର ।


ମଥାରେ ନାଇ ସେ ସିନ୍ଦୂର ଟୋପାକୁ

     ମଶାଣୀକୁ ଚାଲି ଯାଏ

ଟୋପାଏ ସିନ୍ଦୂର ପାଇଁ ନାରୀ ଟିଏ

    ଯମ ସଙ୍ଗେ ଲଢି ଥାଏ ।

ସିନ୍ଦୂର ତା ପାଇଁ ନୁହେଁ ଖେଳ ଘର

      ଜୀବନ ସଳିତା ଟିଏ 

ଏ ସିନ୍ଦୂର ପାଇଁ ହସି ହସି ସିଏ 

      ଜୀବନକୁ ଦେଇ ଥାଏ ।

ନିଜଠୁ ଅଧିକ ତାକୁ ଭଲ ପାଏ

ହାତ ଧରି ତାର ସାଥେ ଚାଲି ଥାଏ

    ନାଇ ଟୋପାଏ ସିନ୍ଦୂର ।

ସିନ୍ଦୂର ଜୀବନ ତାର ।   


Rate this content
Log in

Similar oriya poem from Abstract