Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bishnupriya Panda

Tragedy

4  

Bishnupriya Panda

Tragedy

ଟୋପାଏ ସିନ୍ଦୁର

ଟୋପାଏ ସିନ୍ଦୁର

1 min
315



ଟୋପାଏ ସିନ୍ଦୁର କୁଆଁରୀ କନ୍ୟାକୁ

ନାରୀ ସଜାଇଣ ଦିଏ

ସିନ୍ଦୁରର ଟୀକା ପିନ୍ଧାଇଲେ ନାରୀ

ପୁରୁଷ ଯୁଦ୍ଧ୍ୟକୁ ଯାଏ l

ନାରୀ ରକ୍ଷାକର୍ତ୍ତା ଏ ସିନ୍ଦୁର ଟୋପା

ପୁରୁଷ ର ରକ୍ଷା କର୍ତ୍ତା..


ଜଗତ ଜନନୀ ମାଆ ଙ୍କ ମୁଣ୍ଡରେ

ଶୋଭାପାଏ ଏହି ଟୀକା l

ବୀର ହନୁମାନ ଜାନକୀ ଦର୍ଶନ

କରିବାକୁ ଥରେ ଯାଇ

ଦେଖିଲେ ସିନ୍ଦୁର ପିନ୍ଧୁଛନ୍ତି ମାତା

କାହିଁକି ପିନ୍ଧୁଛ କହି l

ଭାଷିଲେ ବୈଦେହୀ ଶୁଣ ଆଂଜନେୟ

ପ୍ରଭୁଙ୍କ ମଙ୍ଗଳ ପାଇଁ

ଏ ସିନ୍ଦୁର ଟୀକା ମୁହିଁ ଲଗାଉଛି

ଜାଣ ପବନ ତନୟୀ l

ସେଠାବରୁ ଆସି ବୀର ହନୁମାନ

ମୁଖେ ସିନ୍ଦୁର ଲେପନ

ପ୍ରଭୁଙ୍କ ମଙ୍ଗଳେ ଟୋପାଏ ସିନ୍ଦୁର

କି କାର୍ଯ୍ୟ କରିବ ଜାଣ l

ସିନ୍ଦୁରେ ଆବୃତ୍ତ ଶରୀର କରିଲେ

ବହୁ ମଙ୍ଗଳ ହୋଇବ

ମୋର ପ୍ରଭୁ ଶୁଭେ କାଳ କାଟୁ ଥିବେ

ବିପଦ ଦେଖା ନଦେବ l

ସେହିଦିନୁ ଭକ୍ତ ହନୁମାନ ମୁଖେ

ସିନ୍ଦୁର ବୋଳା ହେଉଛି

ପ୍ରଭୁଙ୍କ ମଙ୍ଗଳ ପାଇଁ ଭ୍ରୁତ୍ୟ ମଧ୍ୟ୍ୟ

ସିନ୍ଦୁର ଟୀକା ପିନ୍ଧୁଚି l

ଭଉଣୀ ଭାଇ କୁ ରାକ୍ଷୀ ବାନ୍ଧିଦିଏ

ଟୋପାଏ ସିନ୍ଦୁର ଦେଇ

ଭାଇ ରଖିଥାଏ ଭଉଣୀର ମାନ

ଯେତେଦିନ ଥିବ ରହି l

ଟୋପାଏ ସିନ୍ଦୁର ମାରିଦେଲେ ନାରୀ

ପୁରୁଷ ହୁଅନ୍ତି ଆଡ

ଆକ୍ଷି ଫେରାଇଣ ନଚାହାଁନ୍ତି କେହି

ଭୟରେ ତ ହଡବଡ l

ସିନ୍ଦୁର ଅଟଇ ସତୀତ୍ଵ ର ଟୀକା

ସ୍ୱାମୀର ରକ୍ଷା କବଚ

ମାତା ବୃନ୍ଦାବତୀ ସତୀତ୍ଵ ବଳରେ

ଜଳନ୍ଧର ନୁହେଁ ହତ l

ସତୀତ୍ଵ ହରଣ କରି ନାରାୟଣ

ପୃଥିବୀ ର ହିତ ପାଇଁ

ଶାଳଗ୍ରାମ ଶିଳା ପାଲଟି ଗଲେସେ

ସତୀ ଅଭିଶାପ ପାଇ l

ସବୁ ଶୁଭ କାର୍ଯୟେ ସିନ୍ଦୁର ତ ଲୋଡ଼ା

ସିନ୍ଦୁରର ମୂଲ୍ୟ କେହି

ଦେଇ ନାହିଁ କିମ୍ବା ଦେଇ ପାରିବେନି

ଏ ମର୍ତ୍ୟମଣ୍ଡଳେ ରହି l 



Rate this content
Log in

Similar oriya poem from Tragedy