ଟୋପାଏ ଜଳବିନ୍ଦୁ
ଟୋପାଏ ଜଳବିନ୍ଦୁ
ସ୍ଥିର ଜଳ ସମ ରହିଛି ଚାହିଁ
ନୀଳ ଆକାଶକୁ ବାରବାର
କେବେ ଝରିବ ଟୋପେ ଜଳ
ଅନ୍ତରେ ଉଠିବ ଶୀହରଣ
ମନ ମାରି ବସିଛି ଏକା ଏକା ।
ତୁମ ଦିବ୍ୟ ଚେତନାର ବାରିଧାରା
ପଡିଲେ ମୋ ସରସୀର ଜଳେ
ତରଙ୍ଗାୟିତ ହୁଏ ସାରା ଶରୀର
ଜମାଟ ବାନ୍ଧିଥିବା ସବୁ ଦୁଃଖ
ମିଳେଇଯାଏ କେଉଁ ଆଡେ ।
ମୋତେ ତୁମେ କରିଦିଅନି ପଥର
ନଈ ସମୁଦ୍ର ଭଳି କର ଚଳଚଞ୍ଚଳ
ପ୍ରବାହମାନ ତୁମ ଅଦୃଶ୍ୟ ଇଙ୍ଗିତରେ
ଗୀତ ଗାଉଥିବି ତୁମ ନାମ ଧରି ସଦା
ତରିବାକୁ ଏ ମହା ସଂସାରେ ।
ଆଲୋଡନ ପାଇଁ ଟୋପେ ଜଳ ବିନ୍ଦୁ ହିଁ ଯଥେଷ୍ଠ
କେଉଁ ସ୍ଵାତୀ ନକ୍ଷତ୍ରରେ ଶାମୁକାରୁ
ମୁକ୍ତାଟିଏ ପାଲଟିଯିବି ମୁଁ ଏଠି
ଟୋପାଏ ଜଳବିନ୍ଦୁ ଢାଳିଦିଅ ମୋ ପରେ
ଜଡରୁ ଚେତନ କର ମନ ପ୍ରାଣ ବଚନ
ଏତିକି ମିନତୀ ତୁମପାଶେ କରେ