STORYMIRROR

Shashanka sekhar Ray

Abstract

3  

Shashanka sekhar Ray

Abstract

ଟୋପାଏ ଜଳବିନ୍ଦୁ

ଟୋପାଏ ଜଳବିନ୍ଦୁ

1 min
12K

ସ୍ଥିର ଜଳ ସମ ରହିଛି ଚାହିଁ

ନୀଳ ଆକାଶକୁ ବାରବାର

କେବେ ଝରିବ ଟୋପେ ଜଳ

ଅନ୍ତରେ ଉଠିବ ଶୀହରଣ

ମନ ମାରି ବସିଛି ଏକା ଏକା ।


ତୁମ ଦିବ୍ୟ ଚେତନାର ବାରିଧାରା

ପଡିଲେ ମୋ ସରସୀର ଜଳେ

ତରଙ୍ଗାୟିତ ହୁଏ ସାରା ଶରୀର

ଜମାଟ ବାନ୍ଧିଥିବା ସବୁ ଦୁଃଖ

ମିଳେଇଯାଏ କେଉଁ ଆଡେ ।


ମୋତେ ତୁମେ କରିଦିଅନି ପଥର

ନଈ ସମୁଦ୍ର ଭଳି କର ଚଳଚଞ୍ଚଳ

ପ୍ରବାହମାନ ତୁମ ଅଦୃଶ୍ୟ ଇଙ୍ଗିତରେ

ଗୀତ ଗାଉଥିବି ତୁମ ନାମ ଧରି ସଦା

ତରିବାକୁ ଏ ମହା ସଂସାରେ ।


ଆଲୋଡନ ପାଇଁ ଟୋପେ ଜଳ ବିନ୍ଦୁ ହିଁ ଯଥେଷ୍ଠ

କେଉଁ ସ୍ଵାତୀ ନକ୍ଷତ୍ରରେ ଶାମୁକାରୁ

ମୁକ୍ତାଟିଏ ପାଲଟିଯିବି ମୁଁ ଏଠି

ଟୋପାଏ ଜଳବିନ୍ଦୁ ଢାଳିଦିଅ ମୋ ପରେ

ଜଡରୁ ଚେତନ କର ମନ ପ୍ରାଣ ବଚନ

ଏତିକି ମିନତୀ ତୁମପାଶେ କରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract