STORYMIRROR

Satyanarayan Sahoo

Abstract

4  

Satyanarayan Sahoo

Abstract

ଟଙ୍କା

ଟଙ୍କା

1 min
289


ସବୁଠୁଁ ଆଶ୍ଚର୍ଯ୍ୟକର ଚିଜ ଅଟେ ଟଙ୍କା

କାଗଜ ଉପରେ ନାନା ଚିତ୍ର ହୋଇ ଅଙ୍କା ।

ମୂଲ୍ୟ ଲେଖା ହୋଇ ଟଙ୍କା ଗଢ଼ା ହୋଇ ଥାଏ

କିଣା ବିକା ସବୁ କାରବାରେ ଲଗା ଯାଏ ।

ସେବା ଦାନ ପାଉଣା ଓ ପାରିଶ୍ରମିକ କୁ

ଦେବା ପାଇଁ ଗଢ଼ା ହୋଇ ଅଛଇ ତାହାକୁ ।

ପ୍ରତ୍ୟେକ ସ୍ଵାଧୀନ ରାଷ୍ଟ୍ର ର ସ୍ଵତନ୍ତ୍ର ମୁଦ୍ରା

ବିନିମୟ ମୂଲ୍ୟ ଘେନି ହୋଇ ଥାଏ ଗଢ଼ା ।

ଦେଶ ଦେଶ ମଧ୍ୟେ ବ୍ୟବସାୟ ବାଣିଜ୍ୟ ରେ

ହୋଇ ଥାଏ ବୈଦେଶିକ ନୀତି ସାହାର୍ଯ୍ୟ ରେ ।

ପ୍ରତ୍ୟେକ ଦେଶ ର ଅର୍ଥନୀତି ଓ ସମୃଦ୍ଧି

ପାଇଁ ଏହି ଟଙ୍କା ଥାଏ ବହୁ କାର୍ଯ୍ୟ ସାଧି ।

ଟଙ୍କା ହିଁ କରଇ ଜୀବନ କୁ ସୁମହlନ

ତାହା ବିନା ଏ ଜୀବନ ଅଟେ ଅର୍ଥ ହୀନ ।

ସବୁ ଠାରେ ଆଜି ଏହି ଟଙ୍କା ର ରାଜୁତି

ସେହି ହିଁ ରଚୁଛି ସବୁ ନୀତି ଓ ଦୁର୍ନୀତି ।



Rate this content
Log in

Similar oriya poem from Abstract