Revolutionize India's governance. Click now to secure 'Factory Resets of Governance Rules'—a blueprint for a fair and prosperous future.
Revolutionize India's governance. Click now to secure 'Factory Resets of Governance Rules'—a blueprint for a fair and prosperous future.

ତାରାପ୍ରସାଦ ଜେନା

Romance

3  

ତାରାପ୍ରସାଦ ଜେନା

Romance

ଟିକିଏ ହସରେ ଦୂରେଇ ଯାଅନା ପାଖକୁ ଆସ ଗୋ ତୁମେ

ଟିକିଏ ହସରେ ଦୂରେଇ ଯାଅନା ପାଖକୁ ଆସ ଗୋ ତୁମେ

1 min
2



ଟିକିଏ ହସରେ ଦୂରେଇ ଯାଅନା

ପାଖକୁ ଆସ ଗୋ ତୁମେ

ମନର ଦେଉଳେ କରିଛି ଥାପନା

ଲାବଣ୍ୟ ପିତୁଳା ପ୍ରେମେ 

..........ଟିକିଏ ହସରେ ଦୂରେଇ ଯାଅନା

           ପାଖକୁ ଆସ ଗୋ ତୁମେ ! ୦ !


ମୋହର ମାଳାକୁ ପିନ୍ଧାଇ ଦେଇଛି

ଜଳାଇ ଦୀପାଳି କୋହ

ଆଶାର ଭୋଗକୁ ବାଢ଼ି ମୁଁ ରଖିଛି

ଛଡ଼ାଇ ପାଣିର ଲୁହ,

ଖୁସିରେ ପାଗଳ ନାଚୁଚି ସତରେ

ତୁମରି ସୁନ୍ଦର ନାମେ

..........ଟିକିଏ ହସରେ ଦୂରେଇ ଯାଅନା

           ପାଖକୁ ଆସ ଗୋ ତୁମେ ! ୧ !



ଭକତି ପୂଜାରୀ ଭଲା ମୁଁ ସାଜିଛି

ବୁଝିବ ସବୁଠୁ ଆଗ

ଭାଷାର ବରକୁ ଓଠରେ ଦେବାକୁ

ସହଜେ ମିଶିବ ବାଗ,

ଅପୂଜା ଚଣ୍ଡିଟେ ଜମା ମୁଁ ଭାବିନି

ପୂଜାରେ ତୁମକୁ ଝୁମେ

..........ଟିକିଏ ହସରେ ଦୂରେଇ ଯାଅନା

           ପାଖକୁ ଆସ ଗୋ ତୁମେ ! ୨ !




Rate this content
Log in

Similar oriya poem from Romance