ଟିକି ଟିକି
ଟିକି ଟିକି
ଟିକି ଟିକି ଦ୍ରବ ଗୁଣ ବିପୁଳ ଅଟଇ
ଟିକି ଟିକି ଦ୍ରବ୍ଯେ ସବୁ ଗଢା ଅଛି ହୋଇ ॥
ଅନଳ ଉତ୍ତାପ ବାୟୁ ସଲିଳ ସକଳ
ଗଢି ଚାଲି ଥାନ୍ତି ନିତି ପ୍ରକୁତିର କୋଳ ॥
କଳା କଳପନା ଚାରୁ ଗୁଂଫନ ପାଟବେ
ପରିବେଶେ କମ୍ର ବେଶେ ଦ୍ରବ୍ଯ ରାଜି ଶୋଭେ ॥
ନିତି ନିତି ଅଭିନବ ବିଭବ ଆହରି
ରୂପ ଋଚି ରୂପାନ୍ତର ସର୍ବେ ଥାନ୍ତି କରି ॥
ଟିକି ଟିକି ଧୂଳି ଘେନି ବିଶାଳ ଅବନୀ
ଟୋପା ଟୋପା ଜଳ ବିନ୍ଦୁ ସିନ୍ଧୁ ଗଢା ଘେନି ॥
ଟିକି ଟିକି ତରୁ ଦ୍ରୁମ ଗୁଳ୍ମ ସଂହତିରେ
ବିଶାଳ ଅରଣ୍ଯ ଦେଖ ଶୋଭା ସୁଋଚିରେ ॥
ଟିକି ଟିକି ଇଟା ଯୋଗେ ରମ୍ଯ ଅଟ୍ଟାଳିକା
କୋଠା , ହର୍ମ୍ଯ , ଓ ସୁତୁଙ୍ଗ ସୌଧ ରାଶି ଦେଖା ॥
ଯାଉ ଅଛି ଯେତେ ସବୁ ହୋଇଛି ନିର୍ମାଣ
ଟିକି ଟିକି ବାଲି ରେଣୁ ଶୁଭ୍ର କାଚ ମାନ ॥
କରି ଅଛି ଦେଖ କେଡେ କୌଶଳେ ନିର୍ମାଣ
ଯାହା ଯୋଗେ ହେଉ ଅଛି ନିତି ବହୁ କାମ ॥
ଟିକି ଔଷଧ ବଟିକା ଟିକୁ ପୁଣି ଦେଖ
ମଳୁ ଅଙ୍ଗୁ ହରିନିଏ ଯେ ଭୀଷଣ ତାପ ॥
ଟିକି ଟିକି ମଞ୍ଜି ଟିଏ ଜାତ କରେ ଦୂମ
ସୁବିଶାଳ କଳେବରେ ଦିଶେ କି ! ସୁଷମ ॥
ଅଶେଷ କଲ୍ଯାଣ ସାଧେ ଜୀବ ଜଗତର
ଭାଶ୍ଳେଷଣେ ଅଙ୍ଗାରାମ୍ଳ କରି ରୂପାନ୍ତର ॥
ଖାଦ୍ଯ ଜଳ ବାୟୁ ଦାନେ ସତତ ତତ୍ପର
ସେହି ପୁଣି ସଂରକ୍ଷଣ କରେ ମୂର୍ତ୍ତିକାର ॥
ଟିକି ଟିକି ପଶୁ ପକ୍ଷୀ ଜୀବ କୁଳ ଦେଖ
ବହୁ ବିଧ ବର୍ଣ୍ଣ ବିଭା ଘେନି ଯେ ଅମାପ ॥
ଦେଉଛନ୍ତି ଅପରକୁ ନିତି ନାନା ଶିକ୍ଷା
ନାନା ରୂପ ଓ ଆକୁତି ଖୁସି ର କବିତା ॥
ଦେଖି ଦେଖି ଆଖି ଲାଖି ଯାଏ ଯାହା ସବୁ
କମନୀୟ ବେଶ ବିଭା ଭରା ଯେ ଶୈଶବୁ ॥
ଟିକି ଟିକି ସେହି ଶିଶୁ ବଢି ହୁଏ ଶେଷେ
ମହା ମାନବ ଓ କେତେ ଆଦର୍ଶ ମଣିଷେ ॥
ଆପଣା ସୁଗୁଣେ ଦିନେ ନାମ ଯଶ ରଖେ
ଟିକି ଟିକି ଜୀବେ ଦେଖ ଆହା କେଡେ ସୁଖେ ॥
ଆହା କି ! ଆମୋଦ ମନେ ଆପଣା ଆପଣା
କର୍ମେ ରତ ପ୍ରତି କ୍ଷଣ ନୋହି କେ ବିମନା ॥
ମାତ୍ର ନର କର୍ମ କୁଢ ସାଜି ଅକାରଣେ
ଦଇବ ରେ ମାଗେ ବର ଦୁଃଖ ଆହରଣେ ॥
ଟିକି ଟିକି ଚାରୁ ସୁଫୁଲେ ହୁଏ ସୁନ୍ଦର ମାଳି
ଆଚରଣ ଦିଏ ସୁଧୁରି ସିନା ଟିକାଏ ଗାଳି ॥
ଟିକି ଟିକି କମ ସୂତାରେ ଗଢା ବିଶାଳ ବସ୍ତ୍ର
ଧ୍ବଂଶ ରଚେ କ୍ଷଣେ ଟିକି ପରମାଣୁ ଅସ୍ତ୍ର ॥
ଟିକି ଆଘାତ ଟି ପୁଣି ଦିଏ କେତେ ଦୁଃଖ
ଟିକି ଟିକି କଥା ସୃଜେ ସୁ‐ଶିକ୍ଷା ‐ ମୟୁଖ ।।
