STORYMIRROR

Akshayakumar Dash

Action Inspirational Children

4  

Akshayakumar Dash

Action Inspirational Children

ଟିକି ଟିକି ତାରା ଫୁଲ

ଟିକି ଟିକି ତାରା ଫୁଲ

1 min
233


ଅଜଣା ରାଇଜେ ସରଗ ଶଶୀ

ଦେଖି ଟିକି ତାରା ଫୁଲଟି ହସି।

କୁହଇ ଯେମିତି ରୂପାରେ ଥାଳି

ଧାଇଁ ଧାଇଁ ଆସେ କୁଆଡୁ ଚାଲି।

ରାତିକ ସରାଗ ଭିତରେ ମାତି

ଆନନ୍ଦ ଦେବାକୁ ପାତିଛ ଛାତି।

ଜହ୍ନ କହୁଥିଲେ, ହେ ତାରା ଫୁଲ

ତୁମ ଆଲୋକରେ ମୋର ଏ ମୂଲ।

ଜୋଛନା ରାତିର ଶୋଭାଟି ପାଇଁ

ତୁମ ଠାରୁ ଜ୍ୟୋତ୍ସ୍ନା ଆସିଛି ଯାଇ ।

ମୋ ଦେହ ଅଙ୍ଗାର ତୁମର ଖରା

ପଡ଼ି ରାତି ସାରା ଚାନ୍ଦିନୀ ଭରା।

 ସୁରୁଯ ଆସନ୍ତି ମୁରୁଜ ପରି

ଆଲୋକ ଛାଟିଲେ ଯାଏଟି ମରି।

ଆହେ ତାରା ତୁମେ ଦୂରରେ ଥାଇ

ଟିକି ଟିକି ଫୁଲ ପରିକା ନାଇ।

ଅନ୍ଧାର ରାତିରେ ଆକାଶ ତାରା

ଝିଲି ମିଲି ଲାଗ ଦୁନିଆ ସାରା।


Rate this content
Log in

Similar oriya poem from Action