ଟିକି ସୂରୁଜ
ଟିକି ସୂରୁଜ
ଦୀପ ଜଳି କାହିଁ ଲିଭେ
ବୁଝି ତ ହୁଏ ନା,
ଯେଉଁ ଦୀପ ଜାଳିଥିଲେ
କେତେ ଯୁଗଜନ୍ମା ।
ଲିଭି ପୁଣି ଜଳି ଉଠେ
ସେଇ ଅନାୟସେ,
କହି ତ ପାରେନା କେବେ
ଜୀଇନାହିଁ ସରସେ ।
ଆଲୁଅକୁ ସାକ୍ଷୀ ରଖି
ସର୍ବେ ଅପହତ,
ଜଳିବ କାହିଁକି କୁହ
ରଖି ଭିନ୍ନ ମତ ।
ଦୁକୁଦୁକୁ ହୋଇ ଦୀପ
ଅଟେ କାଳଜୟୀ,
ସୁଦୂର ପ୍ରସାରୀ ବାହା
ସମ୍ଭାଳିଛି ମହୀ ।
ଟିକି ସିନା ରୂପ ତା'ର
କାମ ଅଟେ ବଡ଼,
ଆଲୁଅକୁ ଛାଡ଼ିଦେଲେ
ହୋଇଯିବ ଜଡ଼ ।
ଦୀପ ଅଟେ ଯୁଗସନ୍ଧି
ସୂତ୍ରର ଧାରକ,
ଯଦି ଦୀପ ଯାଏ ଲିଭି
ରହିବନି ଭେକ ।
ମିଞ୍ଜିମିଞ୍ଜି ଆଲୁଅରେ
ହରେ ପୁଷ୍ପ କାଳ,
ନିଃସ୍ବାର୍ଥରେ ଦୁନିଆର
କରଇ କୁଶଳ ।
