STORYMIRROR

puspanjali das

Tragedy

2  

puspanjali das

Tragedy

ତଥାପି ଓଠରେ...

ତଥାପି ଓଠରେ...

1 min
220


ଅମଡା ବାଟ ର ପାନ୍ଥ ଟିଏ ମୁଁ ଯେ

           ଅଧା ବସନ୍ତ ର ଫୁଲ ଟିଏ

ଅଲେଖା ବହି ର ପୃଷ୍ଠା ଟିଏ ମୁଁ ତ,

            ଅର୍ଦ୍ଧ ଦଗ୍ଧ ଜୁ ଇ ଟିଏ

ଓଠ ର ଭାଷା ମୋ 

          ଅବ୍ୟକ୍ତ ହୋଇ ରହିଯାଏ

ଅସହାୟ ଆଖି ମୋର 

          ଖାଲି ଯାହା କିଛି କହିଯାଏ

ଅପ୍ରାପ୍ତି ର ଦୁଃଖ ସବୁ

          ହୃଦୟ କନ୍ଦରେ ଲୁଚିଯାଏ

ବେଳେ ବେଳେ ପୁଣି ଅଛିଣ୍ଡା ଅଙ୍କର 

          ପ୍ରଶ୍ନ ଟିଏ ହୋଇ ଉଭା ହୁଏ

ନିଷ୍ପ୍ରଭ ଆଖି ବାଧା ଯେତେ ଦେଲେ

         ଚେନାଏ ହସ ତଥାପି ଓଠରେ 

ରହିଥାଏ,ତଥାପି ଓଠରେ ରହିଥାଏ..


ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ

Similar oriya poem from Tragedy