ତଥାପି ଓଠରେ...
ତଥାପି ଓଠରେ...
ଅମଡା ବାଟ ର ପାନ୍ଥ ଟିଏ ମୁଁ ଯେ
ଅଧା ବସନ୍ତ ର ଫୁଲ ଟିଏ
ଅଲେଖା ବହି ର ପୃଷ୍ଠା ଟିଏ ମୁଁ ତ,
ଅର୍ଦ୍ଧ ଦଗ୍ଧ ଜୁ ଇ ଟିଏ
ଓଠ ର ଭାଷା ମୋ
ଅବ୍ୟକ୍ତ ହୋଇ ରହିଯାଏ
ଅସହାୟ ଆଖି ମୋର
ଖାଲି ଯାହା କିଛି କହିଯାଏ
ଅପ୍ରାପ୍ତି ର ଦୁଃଖ ସବୁ
ହୃଦୟ କନ୍ଦରେ ଲୁଚିଯାଏ
ବେଳେ ବେଳେ ପୁଣି ଅଛିଣ୍ଡା ଅଙ୍କର
ପ୍ରଶ୍ନ ଟିଏ ହୋଇ ଉଭା ହୁଏ
ନିଷ୍ପ୍ରଭ ଆଖି ବାଧା ଯେତେ ଦେଲେ
ଚେନାଏ ହସ ତଥାପି ଓଠରେ
ରହିଥାଏ,ତଥାପି ଓଠରେ ରହିଥାଏ..