STORYMIRROR

Bhabani charan Mishra

Abstract

2  

Bhabani charan Mishra

Abstract

ତଥାପି ଜୀଈଁଛି

ତଥାପି ଜୀଈଁଛି

1 min
13.7K


ମୋ ପାଇଁ ତୁମ ହାତେ

ଫୁଲ ଟିଏ ଦେଖିବାକୁ ପ୍ରିୟା..।

ଏ ଜୀବନେ କେତେ ମୁଁ ମରିଛି ॥

ଏକା କଥା ଘଟଣାରେ

ଯାହା ଟିକେ

ଆଗ ପଛ ଅଛି ॥

ତୁମେ ଆଣି ଗୋଲାପର

ତୋଡା ଥରେ

ଥୋଇ ଦେଲାପରେ

ମୋ ସମାଧି ସାରା ଖାଲି

ଗୋଲାପି ବାସୁଛି ॥


ତୁମ ଆଖି ଲୁହ ସତେ

ବରଷାର ରିମ୍ ଝିମ୍

ଏ ଆଖି ରେ ଓଠ ରେ ଝରୁଛି ॥

ତୁମେ ମୋତେ ଛାତି ତଳେ

ଚାପି ଧରି

କାନ୍ଦୁଛ କି ପ୍ରିୟା..?

ଦେହଟା ମୋ କାହିଁ ଏତେ

ଉଷୁମ୍ ଲାଗୁଛି..??


ଏଇ ... ଦେଖ... ଦେଖ...

ବନ୍ଦ୍ ଏଇ ହୃଦୟଟା

ତୁମ ପ୍ରତି ସ୍ବନ୍ଦନର

ତାଳେ ତାଳେ

ପୁଣି ଥରେ

କେମିତି ଥରୁଛି ॥

ତୁମେ ସତେ ମୋତେ କିଛି

କହିଲକି ସୋନୁ..?

ଭଲପାଏ.. ଭଲପାଏ..

ମୋତେ ଖାଲି

କାହିଁକି ଶୁଭୁଛି..??


ମୋତେ ଏଠି ପୁଣି ଥରେ

ନିଛାଟିଆ ଛାଡି ଦେଇ

ଯିବନି ତ ଜାନୁ..?

ମୁଁ ପରା ତୁମ ସାଥେ

ଜୀଈଁବାର ସପନରେ

କେତେ ରାତି ଏମିତି ମରିଛି..॥

ଆଜି ଆଉ ମରିବାକୁ

ଚାହୁଁନି ମୁଁ ପ୍ରିୟା..।

ତୁମକୁ ମୁଁ ପଇଗଲା ପରେ

ମୋର ଆଉ ମରିବାର

କଣ ସତେ

ଦରକାର ଅଛି..??

ତୁମେ ଆଜି ସତେ କଣ

ଡରିଲ କି ---- ?

ମୁଁ କଣ ସତରେ ମରିଛି..?

ତୁମକୁ ମୁଁ ନେଇ ଦିନେ

ଜୀଈଁ ପାରି ନଥିଲେ ବି

ତୁମ ବିନା

ମରି କି ପାରୁଛି..??


ହେଇ..ଶୁଣ ମୋର

ଛାତି ତଳେ ଦପ୍ ଦପ୍

କେମିତି ଶୁଭୁଛି ॥

ଏଇ...ଦେଖ....

ଆଖି, ଓଠ ମୁହଁ ମୋର..

କେମିତି ମୁଁ ସଜ ସଜ ଅଛି ॥

ମୁଁ ପରା କେତେବେଳୁ

ତୁମକୁ ଦେଖୁଛି..।

ତୁମେ ଥରେ କାନ୍ଦିଦେଲା ପରେ

ଏ ଆଖିରେ ଏବେ ଆଉ

ନିଦ କଣ ଅଛି..?

ତୁମେ କଣ ସତେ ଏଠି

ମୋ ପାଇଁ କାନ୍ଦୁଛ

କି ପ୍ରିୟା..?

ମୋ ରାଣ ତୁମ ରାଣ ..

ମୋ ପାଇଁ କଣ ଆଉ..

କାନ୍ଦି ବାର ..

ଦରକାର ଅଛି..??

ପାଗଳ ନା କଣ..?

ହେଇ..ଗେଲୁ..

ତୁମ ପାଇଁ ମୁଁ ପରା..

"ତଥାପି ଜୀଈଁଛି" ॥

*************


॥ ଜୟ ଜଗନ୍ନାଥ ॥

bhabani charan mishra.

mohana (gajapati )


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract