STORYMIRROR

Bhabani charan Mishra

Tragedy

3  

Bhabani charan Mishra

Tragedy

ଫଗୁଣ

ଫଗୁଣ

1 min
13.5K


ହାଲ୍କା..ହାଲ୍କା ନିଶା..

ହାଲ୍କା..ହାଲ୍କା ଛୁଆଁ ତୁମ..।

ପାଗଳ ହୋଇ ତୁମକୁ..

ଖୋଜେ ରାତି ଦିନ..॥

କେମିତି ଯେ ମନ ତୁମ..

କେମିତି ମୋ ମନ..।

ଖୋଜୁଛି ତୁମକୁ ..

ତୁମେ ମୋତେ ହିଁ ନଚିହ୍ନ..॥


ସଦ୍ୟ ସ୍ନାତା ହେଇ ସତେ..

ଉଭା ହେଲା ଜହ୍ନ..।

ସତରେ ନା ସତେ ..

ତାକୁ ଦେଖୁଛି ସପନ..॥

ହାଲ୍କା ହାଲ୍କା ବାସ୍ନା..

କରେ ମତୁଆଲା ମନ..।

କୁହନା ଏ ରାତି ଅବା..?

କୁହନା ଏ ଦିନ..??


ତୁମକୁ ଦେଖି ଚହଲେ..

ମୋ ' ତନୁ ମନ..।

ହାଏ..ଅପସରୀ ଅବା..

ତୁମେ ସେ ଫଗୁଣ..॥

ଝୁମ୍..ଝମ୍..ଚାଲି ତୁମ..

ମୋହି ନିଏ ମନ..।

ଛୁଇଁଦେଲେ ଜଳିଯିବ..

କି ଚନ୍ଦନ ବନ..॥


ରାଇ..ରାଇ..ବୋଲି..

କାନ୍ଦେ କଳାକାହ୍ନୁ ମନ..।

ତୁମ ବିନା ଶୁନ୍ୟ ଗୋପ..

ଶୁନ୍ୟ ବୃନ୍ଦାବନ..॥

ତଳପ ଶେଜରେ..

କିବା ବଳିଗଲା ମନ..?

ଥରିଯାଏ କାହିଁ ଥରେ ..

ତୁମ ଅପଘନ..॥


ତୁମ ବିନା ଲାଗେ..

ଏ ଜଗତ ଶୁନ୍ ସାନ..।

କାହିଁକି ଯୋଡିଲି..

ତୁମ ମନ ସାଥେ ମନ..??

ତୁମେ କି ଜାଣିନ..

ସତେ ତୁମେ କି ବୁଝିନ.?

ସବୁ ଜାଣି ଶୁଣି..

ଏତେ ଅବୁଝା ହୁଅନ..॥


ମୃଦୁ ମୃଦୁ ପବନ..

ଏ ମୃଦୁ ଶିହରଣ..।

ମଲା ମଲା ଲାଗେ ଦେହ..

ନାହିଁ କି ଜୀବନ..??

କୁହୁକ କୁହଡି ବୋଳା..

ସେ ମିଠା ଚୁମ୍ବନ..।

ଏ କାନେ ସେ କାନେ

ଖାଲି କୁହୁ କୁହୁ ତାନ..॥


କିଏ ପିନ୍ଧେଇଛି..

ଏଇ ବସ୍ତ୍ର ଆଭୁଷଣ..?

ତୁମକୁ ଦେଖିଲେ..

ମୃତ୍ୟୁ ଲଭିବ ଜୀବନ..॥

ମୋର ଦୁନିଆଁରେ..

ତୁମେ ଅମୃତ ସମାନ..।

ଅମର ହେବି ମୁଁ ଓଠେ..

ଛୁଇଁ କୋଉ ଦିନ..॥ ।॥।॥


*****************

॥ ଜୟ ଜଗନ୍ନାଥ ॥

bhabani charan mishra

mohana (gajapati )


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy