STORYMIRROR

Bhabani charan Mishra

Romance

2  

Bhabani charan Mishra

Romance

ମନତଳେ ସବୁବେଳେ

ମନତଳେ ସବୁବେଳେ

2 mins
2.5K


ତୋ ମୁହଁର ସେଇ ସୁନ୍ଦର ପଣରେ

ଥରେ ହଜିଗଲା ପରେ ।

ନିଜକୁ ନିଜେ ମୁଁ ଯେତେ ଖୋଜିଲେ ବି

ପାଇ ନାହିଁ ଆଉ ଥରେ..॥

କୁଆଁରୀ ଦେହର କଳା କଉଶଳେ

ଶହେ କୋଣାରକ ଗଢା..।

ବିରହ ପ୍ରସ୍ଥରେ କେତେ ଯେ ଯନ୍ତ୍ରଣା

କିଏ ଜାଣେ ଶିଳ୍ପୀ ଛଡା..??

ତୋର ଗୋରା ଅଙ୍ଗ ରଙ୍ଗ ଆଗେ ପରା

ଜହ୍ନ ଲାଗେ ଫିକା ଫିକା..।

ତୋ' କଥା ଥରେ ଭାବିଦେଲେ ଲାଗେ

ବଞ୍ଚିଛି ମୁଁ ଏକା ଏକା..॥

ତୁ ଥରେ ଗୋରୀ ଆଗେ ଚାଲିଗଲେ

ଅନେକ ବେକରେ ରକା..।

ଚିକଣ ଚାକଣ ଶିଉଳୀ ଅଣ୍ଟାରେ

ଖସିନାହିଁ ଯିଏ ବୋକା..॥

ପଳାସ ରଙ୍ଗ ର ପତଳୀ ଓଠ କି

ଦୁନିଆ ର ଶେଷ ଯାଦୁ..?

ବିଧାତା କି ତୋତେ ଗଢିଛି ମିଶେଇ

ମହୁଲି ସାଙ୍ଗରେ ମଧୁ..॥

ଗୋରା ଗୋରା ତୋର କଅଳ ପାଦରେ

ସରୁ ଅଳତାର ଧାର..।

ଝୁମ୍ କରି ଯେବେ ପାଦ ଥୋଇ ଦେଉ

ଛାତି ସତେ ଥରେ ମୋର..॥

କୁଞ୍ଚିତ କେଶର କୁଣ୍ତଳୀ ମାୟାରେ

ଭ୍ରମିତ ହେଉଛି ମନ..।

ହଜୁ ହଜୁ ପରା ହଜିଗଲି ଆଉ

ଫେରିଛି ମୁଁ କୋଉ ଦିନ..??

ସଜ ଅସହଜ ସେ କୁଆଁରୀ ଲାଜ

କୁହୁକ ମାୟାରେ ମନ..।

ଏମିତି ବାଇ ସେ ହେଇଛି ଯେ ତୋତେ

ଖୋଜି ହୁଏ ରାତି ଦିନ..॥

ହସିଦେଲେ ଥରେ ହୃଦୟ ଭିତରେ

ଚାଲିଯାଏ କିବା ଛୁରୀ..।

ଫେରିଛି ଫଗୁଣ କୋଇଲିର ସୁର

ପୁଣି ଯିବ ମୋତେ ମାରି..॥

ଲାଗୁନାହିଁ ମୋତେ ତୋ ବିନା ସତେ

ଆଉ ମୁଁ ପାରିବି ଜୀଈଁ..।

ଏମିତିରେ ସତେ କେମିତି ତୁ ମୋତେ

କହୁ ଖାଲି ନାହିଁ ନାହିଁ..॥

ମାନ ଅପମାନ ଲକ୍ଷ୍ମଣ ରେଖାକୁ

ଡେଇଁ ପାରୁନାହିଁ ବୋଲି..।

ନୋହିଲେ ମୁଁ କୋଉ ତପସ୍ବୀ ଯେ ସତେ

ତପ ପାରୁନାହିଁ ଭୁଲି..??

ତୋ' ରାଜିରେ ପରା ଚାଲେ ଏ ଦୁନିଆଁ

ମୋ'ର ଅବା କାହିଁ ଜୁ..?

ନୋହିଲେ ଗୋରୀ ଲୋ ତୋ' ରୁପ ରଙ୍ଗ ନା..

କଣ ନ ହେଇଛି..ଉଁଃ..!!!

***************

love u all

॥ ଜୟ ଜଗନ୍ନାଥ ॥

bhabani charan mishra

mohana (gajapati )

9438187739


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance